ସରକାରୀ ଓ ବେସରକାରୀ ହସପିଟାଲରେ ୨୪ ଘଂଟିଆ ହେଲପଡେସ୍କ ବାଧ୍ୟତାମୂଳକ । କୋଭିଡ ହସପିଟାଲରେ ରହିବ କନଫରେନ୍ସ ହଲ, ଆଟେନାଂଟ ଜାଣିପାରିବେ ରୋଗୀଙ୍କ ତଥ୍ୟ

101

କନକ ବ୍ୟୁରୋ: ଉଭୟ ସରକାରୀ ଓ ଘରୋଇ କୋଭିଡ୍ ହସପିଟାଲରେ ହେଲ୍ପ ଡେକ୍ସ ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ଏହି ହେଲ୍ପ ଡେକ୍ସ ୨୪ ଘଂଟିଆ କାମ କରିବ । ହସପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ଏହି ହେଲ୍ପ ଡେକ୍ସ ସୂଚନା ଦେବ । ଏଥିପାଇଁ କର୍ମଚାରୀ ରଖିବେ ହସପିଟାଲ କର୍ତୃପକ୍ଷ । ଏନଜିଓ, ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ଏହି କାର୍ୟ୍ୟରେ ନିୟୋଜିତ କରାଯାଇ ପାରିବ । ହେଲ୍ପ ଡେସ୍କ ପାଇଁ ଟୋଲ ଫ୍ରି ନମ୍ବର ହେଲପ୍ ନମ୍ବର ଜାରି କରାଯିବ ।

କୋଭିଡ୍ ହସପିଟାଲରୁ କୌଣସି ସୂଚନା ଆସୁନଥିବା ଅଭିଯୋଗ ହେବାରୁ ଏପରି ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ କୋଭିଡ ହସପିଟାଲରେ କନଫରେନ୍ସ ହଲ ରହିବ । ଆଉ ଏଠାରେ ଲାଗିଥିବା ସିସିଟିଭି ଜରିଆରେ ଆଟେଟାଂଣ୍ଡ ରୋଗୀଙ୍କ ସମ୍ପର୍କରେ ବିସ୍ତୁତ ତଥ୍ୟ ପାଇପାରିବେ । ସେପଟେ କଟକ, ଭୁବନେଶ୍ୱର ସମେତ ରାଜ୍ୟର ୫ଟି ମହାନଗର ନିଗମରେ ଥିବା ପ୍ରାଇଭେଟ୍ ହସପିଟାଲରେ କରୋନା ରୋଗୀଙ୍କ ପାଇଁ ୫୦ ପ୍ରତିଶତ ସାଧାରଣ ବେଡ୍ ଓ ୮୦ ପ୍ରତିଶତ ଆଇସିୟୁ ବେଡ୍ ସଂରକ୍ଷିତ ରଖିବା ପାଇଁ ନିର୍ଦ୍ଦେଣ ଦିଆଯାଇଛି । ଅନ୍ୟ ଜିଲ୍ଲାରେ ମୋଟ ବେଡ୍ର ଅତି କମରେ ୧୦ ପ୍ରତିଶତ ସଂରକ୍ଷିତ ରଖିବାକୁ କୁହାଯାଇଛି ।