ଅଜଣା ରୋଗରେ ଶଯ୍ୟାଶାୟୀ ୨୧ ବର୍ଷର ଝିଅ ମାନସୀ । ଝିଅକୁ ଭଲ କରିବା ପାଇଁ ସର୍ବସାନ୍ତ ହୋଇଗଲେଣି ପରିବାର । ଏବେ କ’ଣ କରିବେ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

147

କନକ ବ୍ୟୁରୋ: ସବୁକିଛି ଠିକ ଚାଲିଥିଲା , ହସ ଖୁସିରେ ଚାଲିଥିଲା ପରିବାର । ହଠାତ ଏଭଳି କିଛି ଘଟିବ ବୋଲି କେହି ଭାବି ନଥିଲେ । ଏକ ଅଜଣା ରୋଗ, ବଢିଲା ମେଧାବୀ କଲେଜ ପଢୁଆ ଝିଅ କୁ ଗ୍ରାସ କରିବା ପରେ ଏବେ ଅସହାୟ ଓ ନିସହାୟ ପରିବାର । ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା ବାପା , ମା ଙ୍କର । ଆଉ ଏବେ ଆଖିରୁ ଲୁହ ସୁଖୁନି କି ଖାଇବାକୁ ହେଉ ବା ମେଡିସିନ ପାଇଁ ପଇସା ବି ନାହିଁ ।

ଆଖିରେ ଲୁହ, କାନ୍ଧିବାକୁ ଶକ୍ତି ପାଉନି । ତଥାବି କୋହ ଭରା କଣ୍ଠରେ କହୁଛନ୍ତି ମତେ ଭଲ କରିଦିଅ । ଏହି ଯନ୍ତ୍ରଣା ସହି ପାରୁନି । ବିଛଣାରେ ପଡି ଗୁହାରୀ କରୁଥିବା ଏହି ଯୁବତୀ ଜଣଙ୍କ ହେଲେ କୁଚିଣ୍ଡା ଏନଏସି ତିନି ନମ୍ବର ୱାର୍ଡର ରହୁଥିବା ସୁର୍ଯ୍ୟ କୁମାର ମିଶ୍ରଙ୍କ ୨୧ ବର୍ଷର ଝିଅ ମାନସୀ ମିଶ୍ର । ୨୦୧୫ ମସିହାରେ କଲେଜରେ ପରୀକ୍ଷା ସମୟରେ ମୁଣ୍ଡ ବୁଲାଇ ପଡିଯାଇଥିଲେ ମାନସୀ । ଆଉ ସେହି ଦିନଠାରୁ ମାନସୀ ଶଯ୍ୟାଶାୟୀ । କ’ଣ ହୋଇଛି କେହି ସଠିକ୍ ସେ କହିପାରୁ ନଥିବା ବେଳେ ଝିଅକୁ ଭଲ କରିବା ପାଇଁ ସର୍ବସାନ୍ତ ହୋଇଗଲେଣି ପରିବାର ।

ଝିଅ ଶର୍ଯ୍ୟାସାୟୀ ଥିବା ବେଳେ ସ୍ତ୍ରୀ ମଧ୍ୟ ବାତ ରୋଗରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ସୁର୍ଯ୍ୟ ମିଶ୍ର ଏକ ଦୋକାନରେ ଦିର୍ଘ ବର୍ଷ ଧରି କାମ କରି ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ କରୋନା ପାଇଁ ଗତ ବର୍ଷ ଠାରୁ କାମଧନ୍ଦା କରି ନପାରି ଘରେ ବସିଛନ୍ତି । ପାଖରେ କାମ ନଥିବା ବେଳେ ପରିବାର ଏଭଳି ସ୍ଥିତି କେମିତି ସୁଧାରିବେ ସେନେଇ ଚିନ୍ତାରେ । ମାନସୀର ସରକାରୀ ସ୍ତରରେ ସମସ୍ତ ଚିକିତ୍ସା କରାଇବା ପାଇଁ ପ୍ରତିଶୃତି ଦେଇଛନ୍ତି କୁଚିଣ୍ଡା ଉପଜିଲ୍ଲାପାଳ ।