ସୁନ୍ଦରଗଡର ସ୍ମାର୍ଟ ଗର୍ଲ । କମ ବୟସରେ ବଡ କମାଲ । ଇଂରାଜୀ ଆଲଫାବେଟଠୁ ଦେଶ ଦୁନିଆର ଅଧା କଥା ଅନର୍ଗଳ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି ଦୁଇ ବର୍ଷର କୁନି ପ୍ରତିଭା ।

556

କନକ ବ୍ୟୁରୋ: କୁନି ପାଟିରେ କୁହୁକି ଉତ୍ତର । କମ ବୟସରେ କମାଲ କରୁଛି ଏ କୁନି ଝିଅ । ମାତ୍ର ଦୁଇ ବର୍ଷରେ ଦୁନିଆର ଅଧା କଥା ଅନର୍ଗଳ କହୁଛି । ଆଉ ମୁହଁରେ ମୁହଁରେ ସବୁ ପ୍ରଶ୍ନର ଉତ୍ତର ଦେଉଛି ।

ରିତମ୍ଭରା ପଟେଲ । ବୟସ ମାତ୍ର ୨ ବର୍ଷ । ସୁନ୍ଦରଗଡ ଆରଆରଇଟି କଲୋନୀରେ ରହୁଥିବା ଏ କୁନି ପ୍ରତିଭା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି । କାରଣ ତା ବୟସ ଠାରୁ ସେ ଅଧିକ ଜାଣିଛି । ଇଂରାଜୀ ଆଲଫାବେଟରୁ ଆରମ୍ଭ କରି ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଚଂଳ ର ରାଜଧାନୀ ର ନାଁ ଅର୍ନଗଳ କହିଯାଉଛନ୍ତି । କେବଳ ସେତିକି ନୁହଁ ଚିତ୍ର ଦେଖିଲେ ଇଂରାଜୀରେ ତାହାର ନାଁ ମଧ୍ୟ କହିପାରୁଛନ୍ତି ।

ତେବେ ଯେଉଁ ବୟସରେ ପିଲା ଖେଳକୁଦରେ ମାତିବା କଥା, କୁନି କୁନି ପାଟିରେ ଖନେଇ ଖନେଇ କହିବା କଥା ସେହି ବୟସରେ ରୀତମ୍ଭରାର ପ୍ରତିଭା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ସ୍କୁଲ ନଯାଇ ବି ଘରେ ରହି ସବୁକିଛି ଜାଣିଛନ୍ତି ରୀତମ୍ଭରା । ତେବେ ଏ ଝିଅ ଅନ୍ୟ ପିଲାଙ୍କଠୁ ଟିକେ ଭିନ୍ନ ଆଉ ନିଆରା ହୋଇଥିବାରୁ ଭଗବାନଙ୍କ ବରଦାନ ବୋଲି ତାଙ୍କ ବାପା କୁହନ୍ତି ।

ଦେଶ, ଦୁନିଆ, ରାଜ୍ୟର ରାଜଧାନୀ ସହ ସାଧାରଣ ଜ୍ଞାନ ମନେରଖିବା ସହ ଚିତ୍ର ଦେଖି ଚଟ୍ କିନା ଉତ୍ତର କହୁଥିବା ଏ କୁନି ପ୍ରତିଭା ପାଠ ପଢିବାକୁ ମାଆଙ୍କୁ ବାଧ୍ୟ କରେ ଆଉ ମାଆ ତାଙ୍କୁ ୪ରୁ ୫ ଘଣ୍ଟା ପଢାନ୍ତି । ତେବେ ରୀତମ୍ଭରାଙ୍କ ଏ ସଫଳତା ଓ ପ୍ରତିଭା ପଛରେ ମାଆ ଓ ମାମୁଙ୍କ ହାତ ରହିଛି ।