ନିଆଳି ବିନିଶପୁରର ଶ୍ରବଣ କୁମାର ‘ଆକାଶ’ ମାଣିକ୍ । ଅଧାରୁ ପାଠଛାଡ଼ି ରୋଗିଣା ବାପା ମାଆଙ୍କ ସେବାରେ ଲାଗିଛନ୍ତି ଯୁକ୍ତ ଦୁଇର ଛାତ୍ର

443

କନକ ବ୍ୟୁରୋ : ମାର ପଣିତ କାନୀରେ ବନ୍ଧାପଡିଛି ପୁଅର ଭବିଷ୍ୟତ । କଁଅଳ ହାତରେ ମା ମୁହଁରେ ହସ ଫୁଟା ଉଛି ପୁଅ । ଯେଉଁ ବୟସରେ ନିଜ ଭବିଷ୍ୟତ ଗଢିବା, ପଢିବା ଓ ବଢିବାର ସ୍ୱପ୍ନ ଦେଖିବା କଥା ସେ ବୟସରେ ପୁଅ ମୁଣ୍ତ ଉପରେ ପଡିଛି ବାପା ଓ ମାଙ୍କ ବୋଝ । ନିଜ ପାଠପଢାରେ ଡୋରୀ ବାନ୍ଧି ନିଜର କଁଅଳ ହାତରେ ତତଲା ହାଣ୍ଡିରେ ବାପା ଓ ମାଙ୍କ ଭୋକିଲା ପେଟକୁ ଅ।ହାର ଯୋଗାଉଛି ପୁଅ ଆକାଶ । ପିତା ମାତାଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅ।କାଶ ଏବେ ନିଜେ ବଂଚିବାକୁ ଜାରି ରଖିଛି ଅହରହ ସଂଘର୍ଷ ।

ପୁରାଣରେ ଶ୍ରବଣ କୁମାରଙ୍କ କଥା ଶୁଣିଛନ୍ତି, ବାପା-ମାଆଙ୍କୁ ବାଉଙ୍ଗୀରେ ବୋହି ତୀର୍ଥ କରାଇଥିଲେ ଶ୍ରବଣ କୁମାର । ହେଲେ ଏ ଯୁଗର ଜଣେ ଶ୍ରବଣ କୁମାର ରୋଗୀଣା ମାଆ ଓ ବାପାଙ୍କ ସେବା କରିବା ପାଇଁ ପାଠ ଛାଡି ଦେଇଛନ୍ତି । କଅଁଳ ବୟସରେ ବାପା-ମାଆଙ୍କ ଆଶା ବାଡି ସାଜିଛନ୍ତି ଯୁକ୍ତ ୨ର ଦ୍ୱିତୀୟ ବର୍ଷ ଛାତ୍ର । କଟକ ଜିଲ୍ଲା ନିଆଳୀ ବ୍ଲକ ବିନିଶପୁର ଅଂଚଳର ୧୭ ବର୍ଷିୟ ଆକାଶ ମାଣିକ । ପାଠ ପଢିବାକୁ ଇଛା ଥିଲେ ବି ମାଆ ଓ ବାପାଙ୍କୁ ଛାଡି ଯାଇ ପାରୁନାହାନ୍ତି ଆକାଶ । କି ପାଖରେ ଟଙ୍କାଟିଏ ବି ନାହିଁ । ଯେଉଁଠି ଗାଁ ଲୋକଙ୍କ ହାତଟେକାରେ ବାପା-ମାଆଙ୍କ ପେଟ ପୁରୁଛି ସେଠି ପୁଅ, ପଢା କଥା ଚିନ୍ତା କରିବ ବା କେମିତି ।

ଆକାଶଙ୍କ ୪୪ ବର୍ଷିୟ ବାପା ପରୀକ୍ଷିକ ମାଣିକ ୨୦ ବର୍ଷ ହେବ ମାନସିକ ଭାରସାମ୍ୟ ହରାଇ ଘର ଛାଡି ଏଣେ ତେଣେ ବୁଲୁଛନ୍ତି । ମାଆ ପ୍ରମିଳା ମଲ୍ଲିକ ମାଗି ଯାଚି ପୁଅକୁ ପାଠ ପଢାଉଥିଲେ । ହେଲେ ୬ ମାସ ହେବ ସେ ପକ୍ଷାଘାତରେ ଘରେ ପଡିଯିବା ପରେ ଆକାଶଙ୍କ ସ୍ୱପ୍ନର ଆକାଶରେ ଛାଇ ଯାଇଛି ଦୁଃଖର କଳାବାଦଲ । ପାଠ ଛାଡି ମାଆର ସେବାରେ ଲାଗିଛି ପୁଅ । ଏପରି ସ୍ଥିତିରେ ସରକାରୀ ଓ ବେସରକାରୀ ସ୍ତରରୁ ସହଯୋଗ ମିଳିଲେ ଆକାଶ ପୁଣି ପାଠ ପଢି ପାରନ୍ତେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।