ରାଜଧାନୀରୁ ୧୬ ବର୍ଷର ପିଲା ନିଖୋଜ। ଗତକାଲି ଠାରୁ ଭଡ଼ା ଘରୁ କେଉଁଆଡେ ପଳାଇଯାଇଛନ୍ତି ଯୋଗେଶ ବାଲାଜୀ

687

କନକ ବ୍ୟୁରୋ: ଗାଳି ଦେବାରୁ ଘର ଛାଡି ପଳାଇଲେ ନାବାଳକ । ସ୍କୁଲ ନଯିବାକୁ ନେଇ ଘର ଲୋକ ଏବଂ ଶିକ୍ଷକ ଗାଳିଗୁଲଜ କରିବାରୁ ଘର ଛାଡି ପଳାଇଲେ ୧୬ ବର୍ଷର ନାବାଳକ । ଭୁବନେଶ୍ୱର ମୈତ୍ରୀବିହାର ଅଞ୍ଚଳର ଯୋଗେଶ ବାଲାଜି ଗତକାଲିଠୁ ନିଖୋଜ ଅଛନ୍ତି । ଗତକାଲି ସକାଳୁ ସେ ଘରୁ ବାହାରକୁ ଯାଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନାହିଁ । ରାଗିକି କେଉଁଆଡେ ପଳାଇ ଯାଇଥିବା ଘର ଲୋକ ସନ୍ଦେହ କରୁଛନ୍ତି । ପୁଅ ନିଖୋଜ ଥିବା ନେଇ ଘର ଲୋକ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ବାଲାଜୀ ଲିଙ୍ଗାଡ଼ି ମହାରାଷ୍ଟ୍ରରୁ ଆସି ପରିବାର ସହ ଭୁବନେଶ୍ୱର ମୈତ୍ରୀ ବିହାର ଅଂଚଳରେ ରୁହନ୍ତି । ଗତକାଲି ଠାରୁ ବାଲାଜୀଙ୍କ ପୁଅ ଯୋଗେଶ ଲିଙ୍ଗାଡ଼ି ଆସିନାହାନ୍ତି । ତେବେ ପୁଅକୁ ଖୋଜିବାକୁ ପୋଲିସକୁ ଅନୁରୋଧ କରିଛନ୍ତି ପରିବାର ଲୋକେ । ସେପଟେ ଘଟଣାକୁ ଗୁରୁତର ସହ ନେଇ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଫୁଟେଜ ଦେଖି ପୋଲିସ ତଦନ୍ତ ଜାରି ରଖିଛି ।