କନକ ବ୍ୟୁରୋ: ଦଶମ ଶ୍ରେଣୀ ଛାତ୍ର ଏବେ ସାଇବର ଏକ୍ସପର୍ଟ । ଫୁଲବାଣୀର ସୌମ୍ୟରଞ୍ଜନ ସାହୁ । ସରସ୍ୱତୀ ଶିଶୁ ମନ୍ଦିରରେ ପଢୁଛନ୍ତି । କମ୍ପ୍ୟୁଟର ଓ ୱେବ ଦୁନିଆରେ ହ୍ୟାକରଙ୍କୁ ଜବତ କରିବା ତଥା ଚୋରି ରୋକିବା ଦିଗରେ ବେଶ୍ ସଫଳତାର ସହ କାମ କରିଛନ୍ତି । ପଶ୍ଚିମ ଦକ୍ଷିଣ ଆଫ୍ରିକୀୟ ଦେଶ ଲାଇବେରିଆର ଅର୍ଥ ମନ୍ତ୍ରାଳୟର ୱେବ ପେଜ୍ ହ୍ୟାକ୍ ହେବା ସହିତ ପେଜ୍ ମାଧ୍ୟମରେ ବହୁ ଅର୍ଥ ହରଣଚାଲ କରୁଥିଲେ ହ୍ୟାକର ।

Advertisment

ଏନେଇ ସୂଚନା ପାଇବା ପରେ ହ୍ୟାକରମାନଙ୍କୁ ଟ୍ରାକ୍ କରିବା ସହିତ ଡିଜିଟାଲ ପ୍ରମାଣ ସବୁ ପ୍ରଦାନ କରିଥିଲେ । ଏହା ପରେ ପେଜ ଠିକ୍ ହୋଇଥିଲା । ସେଠାକାର ସରକାର କ୍ଲାକ ହେଡ୍ ହ୍ୟାକରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନୋବ ସହ ସୌମ୍ୟଙ୍କୁ ୩୦ ଆମେରିକୀୟ ଡଲାର ଅର୍ଥ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ ।

ଏହାସହ ବିଦେଶରୁ ଚାକିରି ଅଫର ମଧ୍ୟ ପାଇଛନ୍ତି । କରୋନା ସମୟରେ ସମୟର ସୁଦୁପଯୋଗ କରି ସେ ଏହି ସଫଳତା ପାଇଛନ୍ତି । ପାଲଟି ଯାଇଛନ୍ତି ଜଣେ ଏଥିକାଲ ହ୍ୟାକର । ଡିଜିଟାଲ ତଥ୍ୟ ହ୍ୟାକ୍ କରୁଥିବା ଖଳ ପ୍ରକୃତିର ଲୋକଙ୍କ ଉପରେ ନଜର ରଖିଥାନ୍ତି ଏହି ଏଥିକାଲ ହ୍ୟାକରମାନେ । ଖଳ ପ୍ରକୃତିର ହ୍ୟାକରଙ୍କୁ ଚିହ୍ନଟ କରି ପୋଲିସ, ସେନା, ସରକାରଙ୍କ ସମେତ ଅନେକଙ୍କୁ ସହାୟତା ପ୍ରଦାନ କରିଥାନ୍ତି ।