କନକ ବ୍ୟୁରୋ: ବାପା ଚାଉମିନ ଆଣି ଦେଲେନି ବୋଲି, ଜିଦରେ ଜୀବନ ହାରିଦେଲା ପୁଅ । ଗୋଟିଏ ଦିନ ଅପେକ୍ଷା ନକରିପାରି ଶେଷରେ ଆତ୍ମହତ୍ୟା କରିଦେଲା କୁନିପୁଅ । ଛୋଟ ଛୋଟ ଜିଦର କରୁଣ ପରିଣତି କେତେ ଯେ ଭୟଙ୍କର ହୋଇପାରେ ତାହା ଦେଖିବାକୁ ମିଳିଛି ବାଲେଶ୍ୱର ନୀଳଗିରି ଥାନା ଦକ୍ଷିଣ ନରସିଂହପୁର ପଞ୍ଚାୟତରରେ । ଯେଉଁଠି ସାଧାରଣ ଚାଉମିନ ପାଇଁ ଚାଲିଯାଇଛି ନାବାଳକର ଜୀବନ । ଆଉ ପୁଅର ଆକସ୍ମିକ ଆତ୍ମହତ୍ୟା ପରେ ପରିବାର ଆଖିରୁ ଶୁଖୁନି ଲୁହ ।
ଔପଦା ବ୍ଲକ ନୀଳଗିରି ଥାନା ଦକ୍ଷିଣ ନରସିଂହପୁର ପଞ୍ଚାୟତର ମନୋରଞ୍ଜନ ମାହାଣାଙ୍କ ଏକମାତ୍ର ପୁଅ ସତ୍ୟବ୍ରତ ମାହାଣା । ବୟସ ମାତ୍ର ୧୩ ବର୍ଷ । ବୁଧବାର ସନ୍ଧ୍ୟାରେ ଚାଉମିନ ଆଣିଦେବାକୁ ବାପାଙ୍କ ପାଖେ ଅଳି କରିଥିଲା ପୁଅ । ସେ ଚାଉମିନ ଖାଇବାକୁ ଚାହୁଁଛି ଆଉ ତାକୁ ଆଣିଦିଅ ବୋଲି ବାପାଙ୍କୁ କହିଥିଲା ସତ୍ୟ । ହେଲେ ବାପା ଏକ ଠିକା ସଂସ୍ଥାରେ ଚାକିରି କରୁଥିବାରୁ କାଲି ଆଣିଦେବାକୁ କହି ଡ୍ୟୁଟି ଚାଲିଯାଇଥିଲେ ।
କିନ୍ତୁ ପୁଅକୁ ସେହି ସମୟରେ ଚାଉମିନ ଦରକାର ଥିବାରୁ ପରଦିନକୁ ଅପେକ୍ଷା ନକରି ଆତ୍ମହତ୍ୟା ଭଳି ବଡ ପଦକ୍ଷେପ ନେଇଥିଲା । ଆଉ ଘର ଭିତରେ ପାଠ ପଢିବା ବାହାନାରେ କବାଟ କିଳି ଦେଇଥିଲା । ପରେ ଅନେକ ସମୟ ଯାଏଁ ଘରେ କବାଟ ନଖୋଲିବାରୁ ସନ୍ଦେହରେ କବାଟକୁ ଧକାକମାରି ପରିବାର ଲୋକେ ଯାହା ଦେଖିଲେ ତାହା ସେମାନଙ୍କ ପାଦ ତଳୁ ମାଟି ଖସାଇ ଦେଇଥିଲା । ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲି ପଡିଥିଲା କୁନିପୁଅ । ସଙ୍ଗେ ସଙ୍ଗେ ତାକୁ ଖନ୍ତାପଡା ମେଡିକାଲକୁ ଅଣାଯାଇଥିଲେ ବି ସେଠାରେ କୁନିପୁଅକୁ ମୃତ ଘୋଷଣା କରାଯାଇଥିଲା ।
ତେବେ ଏମିତି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଥିବା ବେଳେ କୁନିପିଲାଙ୍କ ଜିଦ୍ ଯେ ଆତ୍ମହତ୍ୟା ଆଡକୁ ସେମାନଙ୍କୁ ଟାଣିନେଉଛି ତାହା ବାପାମାଆଙ୍କ ମନରେ ଭୟ ଭରିଦେଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/13-27.jpg)