କନକ ବ୍ୟୁରୋ: ନାଁ ନିଖିଲ ସାହୁ । ବୟସ – ମାତ୍ର ୧୩ ବର୍ଷ । ଯେଉଁ ବୟସରେ ପାଠ ପଢି, ବଡ ମଣିଷ ହେବାକୁ ସ୍ୱପ୍ନ ଦେଖିବା କଥା । ସେ ବୟସରେ ଏଚଆଇଭି ପଜିଟିଭ୍ ହେଇ, ସେ ରୋଗ ସହ ଲଢୁଛନ୍ତି । ଆଉ ତାଙ୍କୁ ଏ ରୋଗ ଦେଇଛି ଖୋଦ୍ ବାଲେଶ୍ୱରର ବ୍ଲଡ୍ ବ୍ୟାଙ୍କ ।

Kanak News is now on WhatsApp
Join and get latest news updates delivered to you via WhatsApp
ବାଲେଶ୍ୱର ରେମୁଣା ବ୍ଲକ୍ ବେଗମପୁରରେ ରହୁଥିବା ବାପା ସତ୍ୟରଞ୍ଜନ ସାହୁ ଆଉ ମା ସେହ୍ନଲତାଙ୍କର ବଡ ପୁଅ ହେଉଛନ୍ତି ନିଖିଲ । ପିଲାଟି ଦିନରୁ ସେ ଥାଲାସେମିଆ ଭଳି ରୋଗରେ ପୀଡିତ । ଯେଉଁ କାରଣରୁ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ପ୍ରତି ମାସରେ ରକ୍ତ ନେବାକୁ ପଡିଥାଏ । ତେବେ ସେହି ରକ୍ତ ଏବେ ତାଙ୍କ ଯନ୍ତ୍ରଣାକୁ ଦୁଇଗୁଣା ବଢାଇ ଯାଇଛି । ବ୍ଲଡ୍ ବ୍ୟାଙ୍କରୁ ରକ୍ତ ନେଉ ନେଉ ସଂକ୍ରମିତ ରକ୍ତ ନେଇ ସେ ହେଇଯାଇଛନ୍ତି ଏଚଆଇଭି ପଜିଟିଭ୍ ।
ଗତ ମାସ ଜୁନ୍ ୩୦ ତାରିଖ ଆଉ ଜୁଲାଇ ୧ ତାରିଖରେ ବାଲେଶ୍ୱର ରକ୍ତ ଭଣ୍ଡାରରୁ ବ୍ଲଡ୍ ନେଇଥିଲେ ନିିଖିଲ । ବାସ୍, ଏହାର ଦିନକ ପରେ ତାଙ୍କୁ ଜ୍ୱର ହେବା ସହିତ ସେ ଗୁରୁତର ହେଇପଡିଥିଲେ । ତେବେ ଯେତେବେଳେ ତାଙ୍କ ଟେଷ୍ଟ ହେଇଥିଲା । ସେତେବେଳେ ସେ ଏଚଆଇଭି ପଜିଟିଭ୍ ଥିବା ଜଣାପଡିଥିଲା । ଆଉ ଏବେ ପୁଅର ଏଚଆଇଭି ହେବା ନେଇ ବ୍ଲଡ ବ୍ୟାଙ୍କକୁ ଦୋଷ ଦେଇଛନ୍ତି ଉଭୟ ବାପା, ଆଉ ମାଆ ।
ଜଣେ ୧୩ ବର୍ଷର ପିଲା ପାଖରେ ପିଲାଟି ଦିନରୁ ଏଚଆଇଭିର କୌଣସି ଲକ୍ଷଣ ନଥିଲା । ଆଉ ବ୍ଲଡ୍ ବ୍ୟାଙ୍କରୁ ରକ୍ତ ନେବା ପରେ ସେ ଏଚଆଇଭି ପଜିଟିଭ୍ ବାହାରିବା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।
- ବାଲେଶ୍ୱରର ବ୍ଲଡ୍ ବ୍ୟାଙ୍କରେ କେମିତି ରହିଥିଲା ଏଚଆଇଭି ସଂକ୍ରମିତ ରକ୍ତ?
- ରକ୍ତ ସଂଗ୍ରହ ପୂର୍ବରୁ ହେଉନି କି ରକ୍ତର ପରୀକ୍ଷା?
- ନିଖିଲ ଏଚଆଇଭି ସଂକ୍ରମିତ ହେବା ପଛରେ ଦାୟୀ କିଏ?