କନକ ବ୍ୟୁରୋ : ଗେଣ୍ଡୁଚାରା ପାଇଁ ନାବାଳିକାଙ୍କୁ ହତ୍ୟା । ସାମାନ୍ୟ ଗେଣ୍ଡୁ ଫୁଲ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ । ନାବାଳିକାଙ୍କ ମାଆ ଏଭଳି ଅଭିଯୋଗ ଆଣିଛନ୍ତି । ମୟୂରଭଞ୍ଜ ଉଦଳା ଭାଲୁହୁରୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ୧୨ ବର୍ଷର ଝିଅ ସରସ୍ୱତୀକୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଆସିଥିଲେ ସୀତା ହାଁସଦା ।
ଭୁବନେଶ୍ୱର ଆସିବା ପରେ ପଡୋଶୀ ସୀତାଙ୍କୁ ଫୋନ କରି ତାଙ୍କ ଝିଅ ଗେଣ୍ଡୁ ଗଛ ଚୋରି କରିଥିବା କହିଥିଲେ । କିନ୍ତୁ ରାତିରେ ସୀତା ଆସି ଘରେ ପହଞ୍ଚିବା ପରେ ଝିଅର ଝୁଲନ୍ତା ମୃତଦେହ ଘରେ ଦେଖିବାକୁ ପାଇଥିଲେ । ସରସ୍ୱତୀଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଛି । ଗେଣ୍ଡୁ ଗଛ ଚୋରି କରିବାରୁ ପଡୋଶୀ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ସୀତା । ଏନେଇ ସୀତା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/7-14.jpg)