ହାଜତ ମୃତ୍ୟୁ ଘଟଣା ପ୍ରତିବାଦରେ ବୀରମିତ୍ରପୁରରେ ୧୨ ଘଣ୍ଟିଆ ବନ୍ଦ : ବଜାର ବନ୍ଦ ଓ ଗାଡ଼ି ଚଳାଚଳ ପ୍ରଭାବିତ

62

କନକ ବ୍ୟୁରୋ : ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାର ପ୍ରତିବାଦରେ ଆଜି ୧୨ ଘଂଟିଆ ବୀରମିତ୍ରପୁର ବନ୍ଦ । ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ଠପ୍ ହୋଇପଡିଛି । ବନ୍ଦ ପାଳନ ବେଳେ କୌଣସି ଅଘଟଣ ଆଶଙ୍କାରେ ସହରରେ ପାଟ୍ରୋଲିଂ କଡାକଡି କରାଯିବା ସହ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୧୨ ଘଂଟିଆ ବୀରମିତ୍ରପୁର ବନ୍ଦ ଡାକରା ଦିଆଯାଇଛି ।

ମାମଲାର ବିଚାର ବିଭାଗୀୟ ତଦନ୍ତ, ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଦୋଷୀ ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ସହ ଗିରଫ କରିବାକୁ ଦାବି କରିଛି କଂଗ୍ରେସ । ନଭେମ୍ବର ୧୯ ତାରିଖରେ ବୀରମିତ୍ରପୁର ହାଜତରେ ତାରିକ ସଲିମ ନାମକ ଜଣେ ଯୁବକଙ୍କ ପୁଲିସ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି ।