ଯନ୍ତ୍ରଣାରେ ଜର୍ଜରିତ ୧୦ ବର୍ଷର ପୁଅ କସ୍ତୁର । ପରିବାରକୁ ବଢିଆସିଲା ସହାୟତାର ହାତ । ଦୀପାବଳିରେ କସ୍ତୁର ମୁହଁରେ ଫୁଟିଲା ହସ

68

କନକ ବ୍ୟୁରୋ: ଯନ୍ତ୍ରଣାରେ ଜର୍ଜରିତ ୧୦ ବର୍ଷର ପୁଅ କସ୍ତୁରର ଜୀବନ । ଖେଳକୁଦ ବୟସରେ ଯନ୍ତ୍ରଣାରେ ଛଟପଟ ହେଉଛି । ଜୟପାଟଣ।। ବାଞ୍ଜିବାହାଲର ପୁଅ ହେଉଛି କସ୍ତୁର । ଅଭାବ ଅନଟନରେ ଜୀବତ ବିତୁଥିବା ବେଳେ କସ୍ତୁରର ଚିକିତ୍ସା ପାଇଁ ସବୁକିଛି ଭୁଲିଯାଇଛନ୍ତି ପରିବାର । ହେଲେ ଦୀପାବଳିରେ ପରିବାର ମୁହଁରେ ହସ ଫୁଟାଇଛନ୍ତି ସମାଜସେବୀ ଅମିତ କୁମାର ଅଗ୍ରୱାଲ । ଚିକିତ୍ସା ପାଇଁ ଯାତାୟତ ଖର୍ଚ୍ଚ ସହ ଚିକିତ୍ସାରେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଖଟରେ ବନ୍ଧା ପଡିଛି ଶୈଶବ । ନା’ ବୁଲି ପାରୁଛି ନା’ ଖେଳି ପାରୁଛି । ଏବେ ଚିକିତ୍ସାରେ ବାଧକ ହେବନି ଅର୍ଥ । ବଢିଆସିଲା ସହାୟତାର ହାତ । ଯନ୍ତ୍ରଣାରେ ଜର୍ଜରିତ ହୋଇପଡିଛି ୧୦ ବର୍ଷର ପୁଅ କସ୍ତୁରର ଜୀବନ । ଖେଳକୁଦ ବୟସରେ ଯନ୍ତ୍ରଣାରେ ଛଟପଟ ହେଉଛି ପୁଅ । ପାଠ ପଢା ଛାଡି ଏବେ ଚିକିତ୍ସିତ ହେଉଛନ୍ତି । ପୁଅ କିଭଳି ସୁସ୍ଥ ହେବ ସେ ନେଇ ମାଆ ଆଖିରୁ ଶୁଖୁନି ଲୁହ । ଜୟପାଟଣ।। ବାଞ୍ଜିବାହାଲର ଯୁଧିଷ୍ଠିର ରାଉତଙ୍କ ପୁଅ ହେଉଛି କସ୍ତୁର । ଖେଳୁଥିବା ସମୟରେ ଆଘାତ ପାଇ ଅସୁସ୍ଥ ହୋଇପଡିଥିଲେ । ବିଭିନ୍ନ ସ୍ଥାନରେ ଚିକତ୍ସା କରିବା ପରେ ବି ନିରାଶ ହୋଇପଡିଛି ପରିବାର । ପୁଅକୁ ଦରକାର ଅଧିକ ଚିକିତ୍ସା , ଆଉ ଏନେଇ ଦରକାର ଅଧିକ ଅର୍ଥ । ଅଭାବ ଅନଟନ ଭିତର ଚଳୁଥିବା ପରିବାର ପୁଅର କିଭଳି ଚିକିତ୍ସା କରିବ ସେ ନେଇ ଚିନ୍ତାରେ ପଡିଯାଇଥିଲା । ଚିକିତ୍ସା ନକରି ପୁଅକୁ ଘରକୁ ଫେରାଇ ଆଣିଥିଲେ ବାପା ମାଆ ।

ସଂକ୍ରମଣ ବଢିଚାଲିଥିବା ବେଳେ କସ୍ତୁରର ଯନ୍ତ୍ରଣା ମଧ୍ୟ ବଢିଚାଲିଛି । ଯନ୍ତ୍ରଣାରେ ଜୀବନ ଜୀଉଁଥିବା ୧୦ ବର୍ଷର ଏହି ନାବାଳକ କସ୍ତୁର ନେଇ ପରିବାର ମୁହଁରୁ ହସ ଲିଭିଯାଇଛି । ମାଆ ଆଖିରୁ ଲୁହ ଶୁଖୁନି । ପୁଅ କିଭଳି ସୁସ୍ଥ ହେବ । ଦୀପାବଳି ହେଉ କି କୌଣସି ପର୍ବପର୍ବାଣୀ ଭୁଲି ଯାଇଛନ୍ତି । ହେଲେ ଏହି ଦୀପାବଳିରେ ପରିବାର ମୁହଁରେ ହସ ଫୁଟିଛି । କନକ ନ୍ୟୁଜର ପ୍ରୟାସ ଦୀପାବଳିରେ ବାଣ ନୁହେଁ ହସ ଫୁଟାଇବା କାର୍ଯ୍ୟକ୍ରମରୁ ଅନୁପ୍ରାଣୀତ ହୋଇ କସ୍ତୁରଙ୍କ ଘରେ ପହଂଚିଛନ୍ତି ସମାଜସେବୀ ଅମିତ କୁମାର ଅଗ୍ରୱାଲ । କସ୍ତୁର କଟକ ଯାଇ ଚିକିତ୍ସିତ ହେବାପାଇଁ ଯାତାୟତ ଖର୍ଚ୍ଚ ପ୍ରଦାନ କରିବା ସହ ଚିକତ୍ସା ପାଇଁ ସହଯୋଗ କରି ପରିବାର ମୁହଁରେ ହସ ଫୁଟାଇଛନ୍ତି ।