କନକ ବ୍ୟୁରୋ: ସ୍ମାର୍ଟ ହେଉଛି ସ୍କୁଲ । ହେଲେ କ୍ଲାସରୁମରେ ସାପ । କିଛି ଦିନ ଧରି ପୂଜା ଛୁଟି ଥିଲା । ଆଉ ସ୍କୁଲ ଖୋଲିବା ପରେ ଆଜି କ୍ଲାସ ରୁମରେ ଶୋଇଛି ୧୦ଫୁଟ ଅଜଗର । ଯାହାକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି ଛାତ୍ରଛାତ୍ରୀ ମାନେ । ପିଲା ସବୁ କ୍ଲାସ ରୁମରେ ପଶିଥିବା ବେଳେ ହଠାତ ସାପଟିକୁ ଶୋଇଥିବା ଦେଖିବାକୁ ପାଇଥିଲେ । ୧୦ଫୁଟର ଅଜଗର ସାପକୁ କାବୁ କରିବା ସମ୍ଭବ ନଥିଲା । ଏନେଇ ସାପଧରାଳିର ସାହାଯ୍ୟ ନିଆଯାଇଥିଲା । ସାପଟିକୁ ଧରାଯିବା ସହିତ ବାହାରେ ଛାଡିଦିଆଯାଇଥିଲା । ପରେ କ୍ଲାସରୁମରେ ପିଲାମାନେ ପାଠ ପଢିବାକୁ ବସିଥିଲେ ।
କ୍ଲାସ ରୁମରେ ଲୁଚି ରହିଥିଲା ୧୦ ଫୁଟର ଅଜଗର: ପୂଜା ଛୁଟି ସାରି ସ୍କୁଲ ଆସିବା ପରେ ଶ୍ରେଣୀ ଗୃହରେ ପିଲା ଦେଖିଲେ ଅଜଗର
/kanak/media/post_attachments/wp-content/uploads/2022/10/vlcsnap-2022-10-11-18h39m31s432.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)