ଆଜିଠାରୁ ସମ୍ବଲପୁରରେ ୧୦ ଦିନିଆ ସଟଡାଉନ । ଅତ୍ୟାବଶ୍ୟକ ଦୋକାନକୁ ଛାଡି ବନ୍ଦ ରହିବ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ

205

କନକ ବ୍ୟୁରୋ : ଆଜିଠାରୁ ସମ୍ବଲପୁର ସଟଡାଉନ । ୧୦ ଦିନ ପାଇଁ ଜିଲ୍ଳାକୁ ସଂପୂର୍ଣ୍ଣ ସଟଡାଉନ କରାଯାଇଛି । ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଏହି ୧୦ ଦିନିଆ ସଟଡାଉନ ଦୁଇ ଦଫାରେ ଲାଗୁ ହେବ । ପ୍ରଥମ ଦଫା ସଟଡାଉନ୍ ୨୨ରୁ ୨୫ ଓ ଦ୍ୱିତୀୟ ଦଫା ସଟଡାଉନ ୨୬ରୁ ୩୧ ପର୍ଯ୍ୟନ୍ତ ଲାଗୁ ହେବ ।

ପ୍ରଥମ ଦଫା ସଟଡାଉନ ସମୟରେ ଜିଲ୍ଲା ଭିତରେ ଗମନାଗମନ ଉପରେ କଡା କଟକଣା ଲଗାଯାଇଛି । ସେହିପରି ଦୋକାନ ବଜାର, ସରକାରୀ,ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ । ତେବେ ସଟଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ହସ୍ପିଟାଲ, କ୍ଲିନିକ, ଓøଷଧ ଦୋକାନ, ପେଟ୍ରୋଲ ପମ୍ପ ,କ୍ଷୀର ଦୋକାନ ଓ ରାସ୍ତା କଡ଼ ଢାବା ଖୋଲା ରହିବ ।