କନକ ବ୍ୟୁରୋ : ଭାରତୀୟ ଷ୍ଟେଟବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ଗତ ଶନିବାର ଟାଙ୍ଗୀସ୍ଥିତ ଡ୍ରିମ୍ସ ଶିକ୍ଷାନୁଷ୍ଠାନ ସମୂହକୁ ସୌଜନ୍ୟମୂଳକ ପରିଦର୍ଶନରେ ଆସିଥିଲେ । ସେ ଶିକ୍ଷାନୁଷ୍ଠାନର ବିଭିନ୍ନ ବିଭାଗ ବିଶେଷ କରି ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ଉଇଙ୍ଗ, କେନ୍ଦ୍ରୀୟ ପାଠାଗାର, ମୁଖ୍ୟ ପ୍ରଶାସନିକ କାର୍ଯ୍ୟାଳୟ, ସ୍ପୋର୍ଟସ୍ କମ୍ପ୍ଲେକ୍ସ, କ୍ରିକେଟ୍ ଷ୍ଟାଡିୟମ୍ ଓ ପଦ୍ମିନୀ କେୟାର ହସ୍ପିଟାଲ ବୁଲି ଦେଖିବା ସହ ଏଠାକାର ଶିକ୍ଷାଦାନ ଏବଂ ଉପଲବ୍ଧ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ତାଙ୍କ ସହିତ ଉପ ମହାପ୍ରବନ୍ଧକ ସଞ୍ଜୟ ଝା, ଆଞ୍ଚଳିକ ପ୍ରବନ୍ଧକ ପ୍ରଣତି ଶତପଥୀ ଏବଂ ଅନ୍ୟ ଅଧିକାରୀମାନେ ଆସିଥିଲେ ।

Advertisment

ଡ୍ରିମ୍ସ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ, ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଶିକ୍ଷାନୁଷ୍ଠାନର ଅଗ୍ରଗତି ଓ ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ । ରେଜିଷ୍ଟାର କଲ୍ୟାଣ କୁମାର ସାହୁ, ଡିନ୍ ଡ, ଦୀପର କୁମାର ଭଟ୍ଟାଚାର୍ଯ୍ୟ, ‘ପଦ୍ମିନୀ କେୟାର’ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡା. ଜ୍ୟୋତିପ୍ରକାଶ ପରିଜା, କ୍ରୀଡା ନିର୍ଦ୍ଦେଶକ ନବକିଶୋର ମିଶ୍ର, ଚାଟାର୍ଡ ଆକାଉଣ୍ଟାଣ୍ଟ ରମେଶ ପ୍ରତାପ, ସଚିବ ଚନ୍ଦ୍ରାକାନ୍ତ ପଣ୍ଡା, ପ୍ରାଣବନ୍ଧୁ ନାୟକ, ପ୍ରଶାସନିକ ଅଧିକାରୀ ଆଶୁତୋଷ ଦ୍ୱିବେଦୀ ବି ଅଧିକାରୀ ଶିବ ପ୍ରସାଦ ରାଉତ, ପ୍ରସନ୍ନ କୁମାର ସାହୁ, ମୃତ୍ୟୁଞ୍ଜୟ ପରିଡାଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ‘ଡ୍ରିମସ ପରିବାର’ ପକ୍ଷରୁ ଅତିଥିଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।