ନଅଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ଇଟାରେ ମୁଣ୍ଡ ଓ ଗୋଡକୁ ଛେଚୁଥିଲା ଦୁର୍ବୃତ୍ତ ! ପୋଲିସ୍ କଲା ଗିରଫ ।

435

ଗୁରୁଗ୍ରାମ ଅନ୍ତର୍ଗତ ସେକ୍ଟର୍ ୬୬ରେ ଜଣେ ତିନି ବର୍ଷୀୟ ବାଳିକା ସହ ଦୁଷ୍କର୍ମ କରି ହତ୍ୟା କରାଯିବାର କେଇ ଦିନ ପରେ ଏହି ଜଘନ୍ୟ ଅପରାଧ ପାଇଁ ଜଣେ ୨୦ ବର୍ଷିୟ ଯୁବକଙ୍କୁ ଗିରଫ କରାଯାଇଥିଲା। ପୁଲିସ କହିବା ଅନୁସାରେ, ଉକ୍ତ ନାବାଳିକା ଉପରେ ଅତି ନିର୍ଦ୍ଦୟ ଭାବେ ଅତ୍ୟାଚାର କରାଯାଇଥିଲା। ଗୋଟାଏ ଲମ୍ବା ବାଡ଼ି ତା’ର ଗୁପ୍ତାଙ୍ଗରେ ଭର୍ତ୍ତି କରାଯିବା ସହ ମୁଣ୍ଡକୁ ଇଟାରେ ଛେଚି ଦିଆଯାଇଥିଲା। ପୀଡ଼ିତାର ସମଗ୍ର ଦେହରେ ଏକାଧିକ କ୍ଷତ ଥିଲା। ତା’ମୁହଁକୁ ଗୋଟାଏ ପ୍ଲାଷ୍ଟିକ୍ ବ୍ୟାଗ୍ରେ ଆବୃତ କରାଯାଇଥିଲା।
ତିନୋଟି ରାଜ୍ୟରେ ବଡ଼ଧରଣର ତଲାସୀ ପରେ ଏହି ଘୃଣ୍ୟ ଅପରାଧ ଲାଗି ସୁନୀଲ କୁମାରଙ୍କୁ ଗିରଫ କରାଯାଇଛି।

ଗିରଫ ହେବାର କେଇ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ନଅଟି ଅପରାଧ କରିଥିବା କଥା ସ୍ୱୀକାର କରିଛି। ସବୁ ଗୁଡ଼ିକ ୩ ରୁ ୭ ବର୍ଷ ମଧ୍ୟର ବାଳିକାମାନଙ୍କ ସହ ଦୁଷ୍କର୍ମ ଓ ହତ୍ୟା। ସେଥିରୁ ୪ଟି ମାମଲା ଦିଲ୍ଲୀରେ, ତିନୋଟି ଗୁରୁଗ୍ରାମରେ ଏବଂ ଝାନ୍ସୀ ଓ ଗ୍ଵାଲିୟର୍ରେ ଗୋଟିଏ କରି। ଗୁରୁଗ୍ରାମ ପୁଲିସର ସବ୍-ଇନ୍ସ୍ପେକ୍ଟର୍ ତଥା ଜନସମ୍ପର୍କ ଅଧିକାରୀ ସୁଭାଷ ବୋକେନ୍ କହନ୍ତି: ଦୁଷ୍କର୍ମ ଉଦ୍ୟମ ପୂର୍ବରୁ ସେ ପ୍ରଥମେ ପୀଡ଼ିତାର ଗୋଡ଼ ଦୁଇଟା ଭାଙ୍ଗି ପକାଏ। ତା’ପରେ ସେ ତାକୁ ମାରି ପକାଏ। କୁମାର ଜଣେ ବେକାର ଏବଂ କେବେ କେମିତି ଦିନ ମଜୁରିଆ ଭାବେ କାର‌୍ୟ୍ୟ କରେ। କମ୍ୟୁନିଟି କିଚେନ୍ରୁ ଖାଦ୍ୟ ପଦାର୍ଥ ଆଣିବାକୁ ଯାଉଥିବା ଝିଅମାନଙ୍କୁ ସେ ମିଠା ବା ଟଙ୍କା ଦେଇ ଅପହରଣ କରି ନିଏ। ଏହି ଧାରାରେ ଚକ୍ଲିଟ୍ ଦେଇ ସେ ନଭେମ୍ବର ୧୧ ତାରିଖ ଦିନ ଗୁରୁଗ୍ରାମରୁ ତିନି ବର୍ଷୀୟ ଝିଅଟିକୁ ଭୁଲାଇ ଆଣି ସେକ୍ଟର୍ ୬୬ ଅନ୍ତର୍ଗତ ଶ୍ରମିକ କଲୋନିର ଏକ ଖାଲି ଘରକୁ ଆଣିଥିଲା। ମାଆ ଓ ଭଉଣୀଙ୍କୁ ଭେଟିବାକୁ ଅଭିଯୁକ୍ତ ଗୁରୁଗ୍ରାମ ଆସିଥିଲା ଏବଂ ପରେ ଝାନ୍ସୀ ଜିଲ୍ଲା ଅନ୍ତର୍ଗତ ତାଙ୍କ ଗାଁକୁ ପଳାଇ ଯାଇଥିଲା। ସେଠାରୁ ତାକୁ ଗିରଫ କରାଯାଇଛି।