କନକ ବ୍ୟୁରୋ : ସମାଧାନ ଆଡକୁ ଯାଉଛି ବିଏମ୍ସିର ଅଳିଆ ଅଡୁଆ । ଲୋକସେବା ଭବନରେ ଦାରୁଠେଙ୍ଗବାସୀଙ୍କୁ ନେଇ ହୋଇଥିବା ବୈଠକ ସଫଳ ହୋଇଥିବା ସୂଚନା ମିଳିଛି । ଦାବି ପୂରଣ ପାଇଁ ୯ ମାସର ମହଲତ ମାଗିଛି ବିଏମସି । ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପଞ୍ଚାୟତବାସୀଙ୍କୁ ଲିଖିତ ପ୍ରତିଶ୍ରୁତି ଦିଆଯିବ । ଲିଖିତ ପ୍ରତିଶ୍ରୁତି ମିଳିବା ପରେ ସଂଧ୍ୟା ସୁଦ୍ଧା ଅଳିଆ ଉଠିବ ବୋଲି ଜଣାପଡ଼ିଛି । ଆଜି ବସିଥିବା ବୈଠକରେ ଦାରୁଠେଙ୍ଗ ସରପଞ୍ଚଙ୍କ ସହ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ ।

Advertisment

ସମସ୍ୟାର ସମାଧାନ ପାଇଁ ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦ୍ୟମ କରିଥିଲେ । ଏହା ସହ ମନ୍ତ୍ରୀ ଉଷା ଦେବୀଙ୍କ ହସ୍ତକ୍ଷେପ ପରେ ସମାଧାନର ବାଟ ବାହାରିଥିବା କହିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ । ବିଭିନ୍ନ ୱାର୍ଡରେ ଅଳିଆ ଉଠିପାରୁନଥିବାରୁ ସ୍ଥିତି ଉତ୍କଟ ହେଲାଣି । ସମସ୍ୟାର ସମାଧାନ ପାଇଁ ବିଏମସି ଅନେକ ପ୍ରସ୍ତାବ ଦେଇଥିଲା । ଏହାକୁ ନେଇ ଦାରୁଠେଙ୍ଗରେ ଗ୍ରାମସଭା ବସିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନଥିଲା । ଆବର୍ଜନା ଗଦା ନକରିବା ପାଇଁ କହିଥିଲେ ଗ୍ରାମବାସୀ । ଏବେ ବୈଠକ ପରେ ସମସ୍ୟାର ସମାଧାନ ହେବା ଆଶା କରାଯାଉଛି ।