GST : କେନ୍ଦ୍ରରେ ବସିଲା ବଡ଼ ବୈଠକ, ଏବେ ସବୁ ସାମଗ୍ରୀ ହେବ ଶସ୍ତା

ଯାହା ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବା ସହ ବିଳାସପୂର୍ଣ୍ଣ ସାମଗ୍ରୀ ଏବଂ ହାନିକାରକ ଦ୍ରବ୍ୟ ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ । ସେପ୍ଟେମ୍ବର ୨୨ ତାରିଖରୁ ନିର୍ଦ୍ଧାରିତ ଜିଏସଟି ଲାଗୁ ହେବାକୁ ଥିବା ବେଳେ ଜାଣନ୍ତୁ ଜିଏସି- ୨.୦ ପରେ କଣ ହେଲା ହେବ ଶସ୍ତା, କଣ ହେବ ମହଙ୍ଗା ?

GST News

GST News Photograph: (Kanak News)

କନକ ବ୍ୟୁରୋ: ଜିଏସ୍‌ଟି ସ୍ଲାବ୍‌ରେ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ସ୍ଲାବ୍‌ରେ ପରିବର୍ତ୍ତନ ହେବା ପରେ ଅନେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ହ୍ରାସ ହେବ ବୋଲି କୁହାଯାଉଛି । ଖାସ୍‌ କରି ଟିଭି, ଏସି ଓ ୱାଶିଂମେସିନ୍‌ ପହରି ସାମଗ୍ରୀର ଦର କମିବ । ଆଗକୁ ଦଶହରା ଆସୁଥିବା ବେଳେ ନୂଆ ଦର ଲାଗୁ ଲାଗୁ ହେବାକୁ ଯାଉଥିବାରୁ ଏବେ ସବୁଠି ଜିଏସ୍‌ଟି ସ୍ଲାବ୍‌କୁ ନେଇ ବଢ଼ିଛି ଚର୍ଚ୍ଚା ।

ଜିଏସ୍‌ଟି ସ୍ଲାବ୍‌ରେ ବଡ଼ ପରିବର୍ତ୍ତନ
କମିବ ଏସି, ଟିଭି ଓ ୱାସିଂମେସିନ୍‌ ଦର
ଖାଇବା ସାମଗ୍ରୀ ଉପରେ ବି ବଡ଼ ନିଷ୍ପତ୍ତି ନେଲେ ସରକାର
ଜିଏସ୍‌ଟି କାଉନସିଲ୍‌ର ୫୬ ତମ ବୈଠକ
ବଡ଼ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର

ଜିଏସଟି କାଉନସିଲର ୫୬ ତମ ବୈଠକରେ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ କରାଯାଇଛି । ଜିଏସଟିରେ ଥିବା ୧୨ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇ ଦିଆଯାଇଛି । ଦୁଇ ଥାକିଆ କରି ଏହା ବଦଳରେ ୫ ଓ ୧୮ ପ୍ରତିଶତ ସ୍ଲାବ୍‌ ଲାଗୁ ହେବା ନେଇ ନିଷ୍ପତ୍ତି ହୋଇଛି । ଯାହା ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବା ସହ ବିଳାସପୂର୍ଣ୍ଣ ସାମଗ୍ରୀ ଏବଂ ହାନିକାରକ ଦ୍ରବ୍ୟ ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ । ସେପ୍ଟେମ୍ବର ୨୨ ତାରିଖରୁ ନିର୍ଦ୍ଧାରିତ ଜିଏସଟି ଲାଗୁ ହେବାକୁ ଥିବା ବେଳେ ଜାଣନ୍ତୁ ଜିଏସି- ୨.୦ ପରେ କଣ ହେଲା ହେବ ଶସ୍ତା, କଣ ହେବ ମହଙ୍ଗା ? କେଉଁଥିରେ ଲାଗିବ କେତେ ଜିଏସଟି ?

ଶୂନ ଜିଏସ୍‌ଟି

-ଜୀବନ ବୀମା
-ସ୍ବାସ୍ଥ୍ୟବୀମା
-ଛେନା, ପନୀର, ରୁଟି
-ପିଜ୍ଜା ବ୍ରେଡ, ପାଉଡର କ୍ଷୀର, ପରଟା
-ମ୍ୟାପ୍, ଚାର୍ଟ, ଗ୍ଲୋବ
-ପେନସିଲ୍, ଖାତା ବହି, ରବର

ଏହି ସବୁ ସାମଗ୍ରୀ ଉପରେ ଶୂନ ଜିଏସ୍‌ଟି ଲାଗିବ । ଅର୍ଥାତ୍‌ ଏହି ସବୁ ସାମଗ୍ରୀ କିଣିଲେ ବା ବୀମା କଲେ ଜିଏସ୍‌ଟି ଆଦୌ ଲାଗିବ ନାହିଁ । 

ଏହି ସବୁ ସାମଗ୍ରୀ ଉପରେ ୫ ପ୍ରତିଶତ ଲାଗିବ ଜିଏସ୍‌ଟି

କେଶ ତେଲ, ଟଏଲେଟ୍ ସାବୁନ୍, ସାମ୍ପୁ
ଟୁଥପେଷ୍ଟ, ସାଇକେଲ
ରୋଷେଇ ଘରର ସାମଗ୍ରୀ, ନମକିନ
କଫି, ଚକୋଲେଟ୍‌, ଭୁଜିଆ ଓ ପାସ୍ତା
ଘିଅ, ଲହୁଣି, ନୁଡଲ୍ସ

କ୍ଲିନିକାଲ ଡାଇପର
ଛୋଟ ପିଲାଙ୍କୁ କ୍ଷୀର ଖୁଆଯାଉଥିବା ବୋତଲ
ଟ୍ରାକ୍ଟର, ଟ୍ରାକ୍ଟର ଟାୟାର ଓ ପାର୍ଟସ୍, ନିର୍ଦ୍ଦିଷ୍ଟ ଜୈବିକ ସାର
ଚାଷ କାମରେ ଲାଗୁଥିବା ମେସିନ
ଥର୍ମୋମିଟର, ମେଡିକାଲରେ ବ୍ୟବହୃତ ଅକ୍ସିଜେନ୍
ଡାଇଗ୍ନୋଷ୍ଟିକ କିଟ୍, ଗ୍ଲୋକୋମିଟର
ଜୀବନ ରକ୍ଷାକାରୀ ଔଷଧ

ଜାଣନ୍ତୁ କେଉଁ ସାମଗ୍ରୀ ଉପରେ ଲାଗିବ ୧୮ ପ୍ରତିଶତ ଜିଏସ୍‌ଟି

ଟିଭି, ୱାସିଂମେସିନ୍‌, କାର ପାର୍ଟ୍ସ
ଏସି, ଛୋଟ କାର୍‌, ବାଇକ୍‌ (୩୫୦ ସିସିରୁ କମ୍‌)
ପେଟ୍ରୋଲ-ଏଲପିଜି ଓ ସିଏନଜି କାର୍‌ 
( ୧୨ଶହ ସିସି ଓ ୪ ହଜାରର ଏମଏମରୁ କମ୍ ହୋଇଥିବ)
-ତିନି ଚକିଆ ଯାନ, ସାମଗ୍ରୀ ପରିବହନ କରୁଥିବା ଗାଡ଼ି
-ଡିଜେଲ୍ ଚାଳିତ ଗାଡ଼ି (୧୫ଶହ ସିସି ଓ ୪ ହଜାରର ଏମଏମରୁ କମ୍ ହୋଇଥିବ)
-ପୂର୍ବରୁ ସିମେଣ୍ଟ ଉପରେ ୨୮%ରୁ ଜିଏସଟି ଥିଲା ଏବେ କମି ୧୮% ହେଲା

ଅନେକ ସମୟରେ ଆମେ ବଜାରରୁ କିଣୁଥିବା ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରିବା ପରେ ଗ୍ରାହକମାନଙ୍କ ଉପରେ ଆର୍ଥିକ ବୋଝ ପଡୁଥିଲା । ହେଲେ ଏବେ ନୂଆ ଜିଏସ୍‌ଟି ସ୍ଲାବ୍‌ ହେବା ପରେ ଖାଉଟି ଖୁସି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe