କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନର ଭୋଟ ଗଣତି । ପଦ୍ମପୁର କଲେଜରେ ଚାଲିଛି ଭୋଟ ଗଣତି । ମୋଟ ୨୧ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବା ବେଳେ ୯ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ୯ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗୁଆ ରହିଛନ୍ତି । ରୀତା ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୨୦୭୯୧ଟି ଭୋଟରେ ଆଗୁଆ ରହିଛନ୍ତି । ୯ମ ରାଉଣ୍ଡରେ ବିଜେଡିକୁ ୫୦୫୧ ଭୋଟ ମିଳିଥିବା ବେଳେ ବିଜେପିକୁ ୩୩୧୫ଟି ଭୋଟ ମିଳିଛି । ସେହିଭଳି କଂଗ୍ରେସ ପାଇଛି ମୋଟ ୩୮୦ଟି ଭୋଟ । ସେହିଭଳି ୯ମ ରାଉଣ୍ଡରେ ମୋଟ ୭୪ଟି ଭୋଟ ନୋଟାରେ ପଡିଛି ।
୯ମ ରାଉଣ୍ଡ ଶେଷ ସୁଦ୍ଧା ମୋଟାମୋଟି ଭାବେ ବିଜେଡି ପ୍ରାର୍ଥୀ ରୀତା ସାହୁ ୫୦୦୯୫ଟି ଭୋଟ ପାଇଥିବା ବେଳେ ବିଜେପିକୁ ମିଳିଛି ୨୯୩୦୪ଟି ଭୋଟ । କଂଗ୍ରେସ ପ୍ରତି ରାଉଣ୍ଡରେ ପଛରେ ରହିବା ସହ ମୋଟ ୨୬୪୩ ଭୋଟ ହାତେଇବାରେ ସକ୍ଷମ ହୋଇଛି । ସବୁଠାରୁୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନୋଟାରେ ମୋଟ ୭୯୮ଟି ଭୋଟ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/04-10.jpg)