ରାଜ୍ୟ ସରକାରଙ୍କ ବଡ ଘୋଷଣା । ୨୦୨୧ ମଇ ମାସରେ ମାଟ୍ରିକ ପରୀକ୍ଷା ଦେଇପାରିବେ ନବମ ପିଲା । ଯୁକ୍ତ ଦୁଇ ପ୍ରଥମ ବର୍ଷର ପିଲା ଦେବେ ଦ୍ୱିତୀୟ ବର୍ଷର ପରୀକ୍ଷା

1,015

କନକ ବ୍ୟୁରୋ: ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢୁଥିବା ସବୁ ଛାତ୍ରଛାତ୍ରୀ ୨୦୨୧ ମେ ମାସରେ ମାଟ୍ରିକ ପରୀକ୍ଷା ଦେଇପାରିବେ । ଏନେଇ ମଙ୍ଗଳବାର ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଏହା ସବୁ ଓଡିଆ ମାଧ୍ୟମ ପିଲାଙ୍କ ପାଇଁ ପଯୁଜ୍ୟ ହେବ ।

ସୂଚନାଯୋଗ୍ୟ ଯେ, କୋଭିଡ୍ ଯୋଗୁଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଥିଲା । ତେଣୁ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ହୋଇପାରିନଥିଲା । ପରବର୍ତ୍ତୀ ସମୟରେ ୨୦୨୧ ଜାନୁୁଆରୀ ମାସରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ପାଇଁ କୋଭିଡ୍ ନିୟମାବଳୀ ସହ ସ୍କୁଲ ଖୋଲାଯାଇଛି । ତଥାପି ପିଲାମାନଙ୍କର ମାନସିକ ଚାପକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଏଥିସହିତ ପିଲାମାନଙ୍କର ଆବଶ୍ୟକତାକୁ ଭିତ୍ତିକରି ସେମାନଙ୍କ ଡାଉଟ୍ କ୍ଲିୟର ପାଇଁ ସ୍ୱତନ୍ତ୍ର କ୍ଲାସ୍ ମଧ୍ୟ ବିଦ୍ୟାଳୟ ସ୍ତରରେ ହେବ । ସେହିପରି ୨୦୧୯-୨୦ ଶିକ୍ଷା ବର୍ଷରେ ରାଜ୍ୟରେ ଏକାଦଶ ଶ୍ରେଣୀରେ ପଢୁଥିବା ସବୁ ଛାତ୍ରଛାତ୍ରୀ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୧ ମଇ ମାସରେ ଯୁକ୍ତ ଦୁଇ ପରୀକ୍ଷା ଦେଇପାରିବେ ।