ନବମ ଶ୍ରେଣୀ ଛାତ୍ରକୁ ଛୁରୀ ଭୁଷିଲା ସହପାଠୀ । ଦିଗପହଣ୍ଡି ସ୍କୁଲ ସମ୍ମୁଖରେ ଛାତ୍ରକୁ ଛୁରାମାଡ଼ ଅଭିଯୋଗ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ।

707

କନକ ବ୍ୟୁରୋ: ଛାତ୍ରକୁ ଛୁରୀ ଭୁସିଲା ଛାତ୍ର । ଦିଗପହଣ୍ଡି ସ୍କୁଲ ସମ୍ମୁଖରେ ଜଣେ ଛାତ୍ରକୁ ଅନ୍ୟ ଜଣେ ଛାତ୍ର ଛୁରୀ ଭୁସିଥିବା ଅଭିଯୋଗ ହୋଇଛି । ପାଟପୁର ଥାନା ରଘୁନାଥ ହାଇସ୍କୁଲରେ ୨ ଜଣ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗୁରୁତର ଅବସ୍ଥାରେ ଛତ୍ର ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ୨ ଜଣ ଛାତ୍ର ନବମ ଶ୍ରେଣୀର ବୋଲି ଜଣାପଡ଼ିଛି । ପୂର୍ବ ବଚସାକୁ ନେଇ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି ।