କାଳ ହେଲା କ୍ରିକେଟ୍ ଖେଳ: ବଲ ବାଜିବାରୁ ମହିଳା ଦେଲେ ଥାନାରେ ଏତଲା, ମାନସିକ ଚାପଗ୍ରସ୍ତ ହୋଇ ମୂଷାମରା ଔଷଧ ଖାଇ ନବମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

କାଳ ହେଲା କ୍ରିକେଟ୍ ଖେଳ: ବଲ ବାଜିବାରୁ ମହିଳା ଦେଲେ ଥାନାରେ ଏତଲା, ମାନସିକ ଚାପଗ୍ରସ୍ତ ହୋଇ ମୂଷାମରା ଔଷଧ ଖାଇ ନବମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

କନକ ବ୍ୟୁରୋ: କ୍ରିକେଟ ଖେଳରେ ବଲ ବାଜିବାରୁ ଥାନାରେ ଏତଲା, ଜୀବନ ହାରିଲେ ନବମ ଶ୍ରେଣୀର ଛାତ୍ର ଚନ୍ଦନ ପରିଡା। ଏଭଳି ଏକ ଅଭାବନୀୟ ଘଟଣା ବେଲଗୁଣ୍ଠା ବ୍ଲକ କେ ନୂଆଁଗଡ ଅଞ୍ଚଳରୁ ଆସିଛି। ମିଳିଥିବା ସୂଚନା ମୁତାବକ,ଗତ ୧୭ ତାରିଖରେ ଗାଁର ନବମ ଶ୍ରେଣୀର ଛାତ୍ର ଚନ୍ଦନ କ୍ରିକେଟ ଖେଳୁଥିବା ବେଳେ ବଲଟି ଗାଁର ଜୈନିକ ମହିଳାଙ୍କ ଦେହରେ ବାଜିଥିଲା। ଉକ୍ତ ମହିଳା ଜଣକ ଏନେଇ ଚନ୍ଦନ ଓ ତାଙ୍କ ବାପା ନାରାୟଣଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। କେସ୍ ରୁଜୁ ହେବା ପରେ ମହିଳା ଜଣକ ଚନ୍ଦନ ଉପରେ ମାନସିକ ଚାପ ପକାଇଥିଲେ। କେଉଁଠି ଚାକିରି କରିପାରିବନି ଏବଂ ଭବିଷ୍ୟତ ନଷ୍ଟ ହୋଇଗଲା ଭଳି ବାରମ୍ବାର ଚନ୍ଦନକୁ କହି ଆସୁଥିଲେ। ମହିଳାଙ୍କ ଲଗାତାର ମାନସିକ ନିର୍ୟାତନାକୁ ସହିନପାରି ଆଜି ସକାଳେ ମୂଷା ମରା ବିଷ ଖାଇଦେଇଥିଲେ ଚନ୍ଦନ। ପରେ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦନଙ୍କ ମୃତ୍ୟୁ ହୋଇଛି। ଏନେଇ ଚନ୍ଦନଙ୍କ ବାପା ଉକ୍ତ ମହିଳାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ଚନ୍ଦନଙ୍କ ଅକାଳ ମୃତ୍ୟୁରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe