କନକ ବ୍ୟୁରୋ: ନବମ ଶ୍ରେଣୀ ସମ୍ମେଟିଭ ୱାନ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, ଏ ବିଷୟରେ ଆମେ ଅବଗତ ଅଛୁ । ୟୁଟ୍ୟୁବ ମାଧ୍ୟମରେ ଏହା ତାଙ୍କ ନଜରକୁ ଆସିଛି । ତେବେ କେଉଁଠୁ ଏହି ପ୍ରଶ୍ନପତ୍ର ଭାଇରାଲ ହେଉଛି, ସେ ନେଇ ତଦନ୍ତ କରିବାକୁ ବୋର୍ଡ ସଭାପତିଙ୍କୁ ତଦନ୍ତ ନିର୍ଦେଶ ଦିଆଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସୂଚନାଯୋଗ୍ୟ ଯେ, ପରୀକ୍ଷା ପୂର୍ବରୁ ନବମ ଶ୍ରେଣୀ ପ୍ରଶ୍ନ ୟୁଟ୍ୟୁବରେ ଭାଇରାଲ ହେଉଛି । ଯେଉଁ ଦିନ ପରୀକ୍ଷା ତାର କିଛି ଘଣ୍ଟା ପୂର୍ବରୁ ଭିଡିଓ ମାଧ୍ୟମରେ ପ୍ରଶ୍ନ ଏବଂ ଉତ୍ତରକୁ ଏକ ଭିଡିଓ କରି ୟୁଟ୍ୟୁବ ମାଧ୍ୟମରେ ଅପଲୋଡ଼ କରାଯାଉଛି । ଖାଲି ସେତିକି ନୁହେଁ, ଏହା କିଛି ସମୟ ମଧ୍ୟରେ ଭାଇରଲ ହୋଇଯାଉଛି । ତେବେ ଏଭଳି ପ୍ରଶ୍ନପତ୍ର ଭାଇରଲକୁ ନେଇ ଚିନ୍ତାରେ ପଡିଛି ବୋର୍ଡ ।

Advertisment