ବୁଢୀ ମା’ଙ୍କ ବଦାନ୍ୟତା : ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ ୯୯ ବର୍ଷୀୟା ବୃଦ୍ଧା , ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ 

149

ସାରା ଦେଶରେ ଲକଡ଼ାଉନ୍ ର ଲହରୀ ଚାଲିଥିବା ବେଳେ ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଏହି ସଂକଟ ସମୟରେ ଘର ଠାରୁ ଅନେକ ଦୂରରେ ରହିଥିବା ଶ୍ରମିକ ଘରମୁହାଁ ହେଉଛନ୍ତି । ନଖାଇ , ନପିଇ କିଏ ଚାଲିକରି ତ ଆଉ କିଏ ସାଇକେଲରେ ଆସିବାକୁ ବାଧ୍ୟ ହେଉଛନ୍ତି । କେଉଁଠି କେହି ସହୃଦୟ ବ୍ୟକ୍ତି ଖାଇବାକୁ ଦେଲେ ଖାଇଦେଇ ପୁଣି ଚାଲୁଛନ୍ତି ପ୍ରବାସୀ । ଏଭଳି ସମୟରେ ସରକାରଙ୍କ ସମେତ ଅନେକ ବ୍ୟକ୍ତି , ଅଭିନେତା ଏହି ଶ୍ରମିକଙ୍କୁ ସହାୟତା କରିବା ପାଇଁ ଆଗକୁ ଆସିଛନ୍ତି ।

 

ତେବେ ସୋସିଆଲ୍ ମିଡିଆରେ ବର୍ତ୍ତମାନ ଜଣେ ୯୯ ବର୍ଷୀୟା ବୃଦ୍ଧାଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ବୃଦ୍ଧା ଜଣକ ନିଜ ଘରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା ଦେଖାଯାଉଛନ୍ତି । ଏହି ଭିଡିଓଟିକୁ ଟ୍ୱିଟର ୟୁଜର୍ ଜାହିଦ୍ ଏଫ୍ ଆବ୍ରାହିମ୍ ସେୟାର୍ କରିଛନ୍ତି । ସେ ଲେଖିଛନ୍ତି ତାଙ୍କ ୯୯ ବର୍ଷୀୟା ଖୁଡ଼ି ମୁମ୍ବାଇର ପ୍ରବାସୀ ଶ୍ରମିକଙ୍କ ପାଇଁ ଏହି ଖାଦ୍ୟ ପ୍ୟାକେଟ୍ ପ୍ରସ୍ତୁତ କରିଛନ୍ତି । ସେ ନିଜ ସମ୍ବଳ ଅନୁସାରେ ପ୍ରବାସୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଛନ୍ତି ।