ଭୂତାଣୁ ଭିତରେ ଭଲ ଖବର । ଆଜି ରାଜ୍ୟରେ ସୁସ୍ଥ ହେଲେ ୯,୮୭୦ କରୋନା ଆକ୍ରାନ୍ତ

146

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୯ ହଜାର ୮୭୦ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଯାହାକି ସରକାରଙ୍କ ଚିନ୍ତା ବଢାଇ ଦେଇଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୬୭୩, ସୁନ୍ଦରଗଡରୁ ୭୮୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି, କଟକରୁ ୬୪୬, ନବରଙ୍ଗପୁରରୁ ୩୫୪, ଝାରସୁଗୁଡାରୁ ୩୫୭, ଅନୁଗୁଳରୁ ୫୯୨, ମୟୂରଭଞ୍ଜରୁ ୨୨୩, ସମ୍ବଲପୁରରୁ ୩୫୬, ନୂଆପଡାରୁ ୬୫୦, ପୁରୀରୁ ୧୧୫, ବରଗଡରୁ ୨୬୪, ଯାଜପୁରରୁ ୧୮୪, ବଲାଙ୍ଗିରିରୁ ୪୨୫, କେନ୍ଦୁଝରରୁ ୨୦୩, ଗଞ୍ଜାମରୁ ୩୨୫, ବାଲେଶ୍ୱରରୁ ୩୧୩, ଗଜପତିରୁ ୧୦୦, ରାୟଗଡାରୁ ୧୬୯, କଳାହାଣ୍ଡିରୁ ୫୭୫, ନୟାଗଡରୁ ୧୮୪, ସୋନପୁରରୁ ୨୦୫, ଜଗତସିଂହପୁରରୁ ୨୩୩, ଦେବଗଡରୁ ୧୧୮, କେନ୍ଦ୍ରାପଡାରୁ ୧୮୫, କୋରାପୁଟରୁ ୧୯୨, ଭଦ୍ରକରୁ ୫୨, କନ୍ଧମାଳରୁ ୮୬, ମାଲକାନଗିରିରୁ ୬୬, ଢେଙ୍କାନାଳରୁ ୧୦୨ ଓ ବୌଦ୍ଧରୁ ୨୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।