କନକ ବ୍ୟୁରୋ : କରୋନାକୁ ହରାଇଲେ ୯୬ ବର୍ଷର ବୃଦ୍ଧ । କରୋନା ସହିତ ଲଢେଇ କରି ଶେଷରେ ଯୁଦ୍ଧରେ ବିଜୟୀ ହୋଇଛନ୍ତି ୯୬ ବର୍ଷର ଲୋକନାଥ ନାୟକ । ସୁସ୍ଥ ହେବା ପରେ କୋଭିଡ୍ ହସ୍ପିଟାଲକୁ ସେ ଘରକୁ ଫେରିଛନ୍ତି । ଲୋକନାଥ ହେଉଛନ୍ତି ଜଣେ ସ୍ୱାଧୀନତା ସଂଗ୍ରାମୀ ।  ଗତମାସ ୨୯ ତାରିଖରେ ଲୋକନାଥ ନାୟକ କରୋନା ସଂକ୍ରମିତ ଥିବା ଜଣାପଡିଥିଲା ।

Advertisment

ତାଙ୍କୁ ସେହି ଦିନ ସମ୍ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କୁ ଜ୍ୱର ହୋଇଥିଲା । ଦୁର୍ବଳ ଅନୁଭବ କରୁଥିଲେ । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ତାଙ୍କର କିଡନୀ ସମସ୍ୟା ଏବଂ ମଧୁମେହ ବି ଥିଲା । କୋଭିଡ ହସ୍ପିଟାଲରେ ତାଙ୍କର ଚିକିତ୍ସା ପରେ ସେ କରୋନାକୁ ହରାଇ ଆରୋଗ୍ୟଲାଭ କରିଛନ୍ତି ।