ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୯,୭୦୬ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧,୭୮୭ ଆକ୍ରାନ୍ତ ସୁସ୍ଥ ।

165

କନକ ବ୍ୟୁରୋ : ରାଜ୍ୟରେ ଆଜି ୯୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୮୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୭ ହଜାର ୫୬୯କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୮୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବରଗଡ଼ରୁ ୫୦୬, ସମ୍ବଲପୁରରୁ ୪୨୫, ନବରଂଗପୁରରୁ ୪୧୨, ଝାରସୁଗୁଡ଼ାରୁ ୪୦୭, ଅନୁଗୁଳରୁ ୩୯୩, ନୂଆପଡ଼ାରୁ ୩୮୫, କଳାହାଣ୍ଡିରୁ ୩୭୩, ପୁରୀରୁ ୩୦୪, ଯାଜପୁରରୁ ୨୩୧, ନୟାଗଡ଼ରୁ ୨୨୬ ଓ ଭଦ୍ରକ ଜିଲ୍ଲାରୁ ୨୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ମୟୂରଭଂଜ ଜିଲ୍ଲାରୁ ୧୯୯ ଜଣ, ବଲାଙ୍ଗୀରରୁ ୧୯୫, କେନ୍ଦୁଝରରୁ ୧୬୧, ରାୟଗଡ଼ାରୁ ୧୫୦ ଜଣ, ଜଗତସିଂହପୁରରୁ ୧୪୫, କେନ୍ଦ୍ରାପଡ଼ାରୁ ୧୩୨, ବାଲେଶ୍ୱରରୁ ୧୨୫, ସୁବର୍ଣ୍ଣପୁରରୁ ୧୨୩, ଗଜପତିରୁ ୧୧୮, ଗଂଜାମରୁ ୧୧୪, କୋରାପୁଟରୁ ୮୯, କନ୍ଧମାଳରୁ ୬୮, ମାଲକାନଗିରିରୁ ୪୩, ଢେଙ୍କାନାଳରୁ ୪୨, ବୌଦ୍ଧରୁ ୩୭, ଦେବଗଡ଼ରୁ ୨୭ ଓ ରାଜ୍ୟପୁଲରୁ ୩୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।