କନକ ବ୍ୟୁରୋ : ବିଗତ ୩ ବର୍ଷରେ ୯୭୦ ଜଣ ନଦୀରେ ଗାଧୋଇବାକୁ ଯାଇ ମୃତ୍ୟୁ ବରଣ କରିଛନ୍ତି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।

Advertisment

ରାଜ୍ୟରେ ବିଭିନ୍ନ ସହର ନିକଟରେ ଥିବା ନଦୀମାନଙ୍କରେ ଗାଧୋଇବା ସମୟରେ ଗତ ୩ ବର୍ଷ ମଧ୍ୟରେ କେତେ ଜଣ ବୁଡିଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ମୃତ୍ୟୁବରଣ କରିଛନ୍ତି ଓ କେତେଜଣଙ୍କୁ ଉଦ୍ଧାର କରାଯାଇଛି । ଏପରିକି ଏଭଳି ଦୁର୍ଘଟଣାକୁ ଏଡାଇବା ପାଇଁ ସରକାରଙ୍କ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସୌଭିକ ବିଶ୍ୱାଳ ।

ଏହାର ଲିଖିତ ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ରାଜ୍ୟରେ ବିଭିନ୍ନ ନଦୀ ମାନଙ୍କରେ ଗାଧୋଇବା ସମୟରେ ଗତ ୩ ବର୍ଷରେ ୧୬୧୫ ଜଣ ବୁଡିଥିବା ବେଳେ ୬୧୩ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୯୭୦ ଜଣ ମୃତ୍ୟୁବରଣ କରିଛନ୍ତି । ନଦୀ ନିକଟରେ ଥିବା ବିଭିନ୍ନ ବିପଦଶଙ୍କୁଳ ସ୍ଥାନରେ ପର୍ବପର୍ବାଣି ସମୟରେ ସତର୍କତା ଅବଲମ୍ବନ ପାଇଁ ଆବଶ୍ୟକୀୟ ଅଗ୍ନିଶମ ଓ ଜରୁରୀକାଳୀନ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଆବଶ୍ୟକ ଉପକରଣ ସହ ମୁତୟନ କରାଯାଇଥାଏ ବୋଲି କହିଛନ୍ତି ମନ୍ତ୍ରୀ ।