କନକ ବ୍ୟୁରୋ: ପରିଣତ ବୟସର ପଚାରିଲେନି ପୁଅ, ବୋହୂ । ନ୍ୟାୟ ପାଇବା ଆଶାରେ ଅନଶନରେ ବସିଲେ ୯୭ ବର୍ଷୀୟ ବୃଦ୍ଧ । ଗଜପତି ପାରଳାଖେମୁଣ୍ଡି ପ୍ୟାଲେସ ନିକଟରେ ଆମରଣ ଅନଶନରେ ବସିଛନ୍ତି ଅବସରପ୍ରାପ୍ତ ଶିକ୍ଷକ ରାମମୋହନ ପଟନାୟକ । ରାମମୋହନ ନିଜ ପୁଅ ଦ୍ୱାରା ନିର୍ଯ୍ୟାତନାର ଶିକାର ହେବା ପରେ ସମସ୍ୟାର ସମାଧାନ ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ।

Advertisment

publive-image

ହେଲେ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆନଯାଇଥିଲା । ଶେଷରେ ଲୋକଙ୍କ ନଜରକୁ ଆସିଲେ କାଳେ କିଛି ସହାୟତା ମିଳିବ ସେହି ଆଶାରେ ଏବେ ରାମମୋହନ ସର୍ବସାଧାରଣ ସ୍ଥାନରେ ଅନଶନରେ ବସିଛନ୍ତି । କିଛ ନଖାଇ ଭୋକରେ ଅନଶନରେ ବସିଥିବା ବେଳେ ଘଟଣା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।