ମିଛ ମାମଲା ପାଇଁ ବୁଡ଼ିବାକୁ ବସିଛି କୂଳ ବେଉସା, ୬ ବର୍ଷ ହେବ ଚିଲିକାରୁ ମାଛ ମାରିପାରୁ ନାହାନ୍ତି ଅଲଣ୍ଡାପାଟଣା ଗାଁର ୯୭ ପରିବାର ।

Advertisment
ମିଛ ମାମଲା ପାଇଁ ବୁଡ଼ିବାକୁ ବସିଛି କୂଳ ବେଉସା, ୬ ବର୍ଷ ହେବ ଚିଲିକାରୁ ମାଛ ମାରିପାରୁ ନାହାନ୍ତି ଅଲଣ୍ଡାପାଟଣା ଗାଁର ୯୭ ପରିବାର ।

କନକବ୍ୟୁରୋ: ମିଛ ମାମଲା ପାଇଁ ବୁଡ଼ିବାକୁ ବସିଲାଣି କୂଳ ବେଉସା। ୬ ବର୍ଷ ହେବ ଚିଲିକାରେ ବନ୍ଦ ରହିଛି ମାଛଧରା । ପରିବାର ପ୍ରତିପୋଷଣ କରିବା ଚିନ୍ତାରେ ଅଲଣ୍ଡାପାଟଣା ଗାଁର ୯୭ ପରିବାର । ଗାଁର ମାନସ ସାମନ୍ତାରା ପୂର୍ବତନ ସମବାୟ ସମିତି ସଭାପତିଙ୍କଠାରୁ ଋଣ ନେଇ ଗାଁରୁ ଫେରାର ହୋଇଯିବା ପରେ ଗ୍ରାମବାସୀଙ୍କ ନାଁରେ ମିଛ ମାମଲା କରୁଥିବା ଅଭିଯୋଗ କରିଛନ୍ତି ଲୋକେ। ଗାଁ ବାହାରେ ରହିବା ସହ ମିଛ ମାମଲାରେ ଲୋକଙ୍କୁ ଫସାଉଛନ୍ତି । ଅନେକ ଲୋକଙ୍କୁ ମିଛ ମାମଲାରେ ଜେଲ୍‌ ମଧ୍ୟ ଯିବାକୁ ପଡ଼ିଛି ।

ରୋଜଗାରର ବାଟ ବନ୍ଦ ହୋଇଯାଇଥିବାରୁ ଗାଁର ଅନେକ ଲୋକ ଦାଦନ ଖଟିବାକୁ ବାହାରା ରାଜ୍ୟକୁ ମଧ୍ୟ ଯାଇଛନ୍ତି । ଅଲଣ୍ଡାପାଟଣା ଗାଁରେ ୯୬ ପରିବାର ବସବାସ କରୁଥିବା ବେଳେ ଚିଲିକା ହେଉଛି ଗାଁ ଲୋକଙ୍କ ପାଇଁ ଭାତହାଣ୍ଡି । ମାଛ ଧରିଲେ ଲୋକଙ୍କ ପରିବାର ଚାଲିଥାଏ । କିନ୍ତୁ ମିଛ ମାମଲା ପାଇଁ ଏବେ ଚିଲିକାକୁ ମାଛ ମାରିବାକୁ ଯାଇ ପାରୁ ନଥିବା କହିଛନ୍ତି ଲୋକେ । ତେଣୁ ଲୋକଙ୍କ ନାଁରେ ମିଛ ମାମଲା କରୁଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏନେଇ ଜିଲ୍ଲାପାଳ ଓ ତହସିଲଦାରଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ନ୍ୟାୟ ନମିଳିଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe