କନକବ୍ୟୁରୋ: ମିଛ ମାମଲା ପାଇଁ ବୁଡ଼ିବାକୁ ବସିଲାଣି କୂଳ ବେଉସା। ୬ ବର୍ଷ ହେବ ଚିଲିକାରେ ବନ୍ଦ ରହିଛି ମାଛଧରା । ପରିବାର ପ୍ରତିପୋଷଣ କରିବା ଚିନ୍ତାରେ ଅଲଣ୍ଡାପାଟଣା ଗାଁର ୯୭ ପରିବାର । ଗାଁର ମାନସ ସାମନ୍ତାରା ପୂର୍ବତନ ସମବାୟ ସମିତି ସଭାପତିଙ୍କଠାରୁ ଋଣ ନେଇ ଗାଁରୁ ଫେରାର ହୋଇଯିବା ପରେ ଗ୍ରାମବାସୀଙ୍କ ନାଁରେ ମିଛ ମାମଲା କରୁଥିବା ଅଭିଯୋଗ କରିଛନ୍ତି ଲୋକେ। ଗାଁ ବାହାରେ ରହିବା ସହ ମିଛ ମାମଲାରେ ଲୋକଙ୍କୁ ଫସାଉଛନ୍ତି । ଅନେକ ଲୋକଙ୍କୁ ମିଛ ମାମଲାରେ ଜେଲ୍ ମଧ୍ୟ ଯିବାକୁ ପଡ଼ିଛି ।
ରୋଜଗାରର ବାଟ ବନ୍ଦ ହୋଇଯାଇଥିବାରୁ ଗାଁର ଅନେକ ଲୋକ ଦାଦନ ଖଟିବାକୁ ବାହାରା ରାଜ୍ୟକୁ ମଧ୍ୟ ଯାଇଛନ୍ତି । ଅଲଣ୍ଡାପାଟଣା ଗାଁରେ ୯୬ ପରିବାର ବସବାସ କରୁଥିବା ବେଳେ ଚିଲିକା ହେଉଛି ଗାଁ ଲୋକଙ୍କ ପାଇଁ ଭାତହାଣ୍ଡି । ମାଛ ଧରିଲେ ଲୋକଙ୍କ ପରିବାର ଚାଲିଥାଏ । କିନ୍ତୁ ମିଛ ମାମଲା ପାଇଁ ଏବେ ଚିଲିକାକୁ ମାଛ ମାରିବାକୁ ଯାଇ ପାରୁ ନଥିବା କହିଛନ୍ତି ଲୋକେ । ତେଣୁ ଲୋକଙ୍କ ନାଁରେ ମିଛ ମାମଲା କରୁଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏନେଇ ଜିଲ୍ଲାପାଳ ଓ ତହସିଲଦାରଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ନ୍ୟାୟ ନମିଳିଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/11-16.jpg)