ନାରୀଶକ୍ତିର ଅନନ୍ୟ ଉଦାହରଣ : ପରିଣତ ବୟସରେ ସବୁଠାରୁ ଅଧିକ ନମ୍ବର ରଖି ଚର୍ଚ୍ଚାରେ ରହିଥିବା କାର୍ତ୍ତିୟାନି ଆମ୍ମା ଏବଂ ଭଗୀରତି ଆମ୍ମାଙ୍କୁ ମିଳିବ ନାରୀଶକ୍ତି ପୁରସ୍କାର

ନାରୀଶକ୍ତିର ଅନନ୍ୟ ଉଦାହରଣ : ପରିଣତ ବୟସରେ ସବୁଠାରୁ ଅଧିକ ନମ୍ବର ରଖି ଚର୍ଚ୍ଚାରେ ରହିଥିବା କାର୍ତ୍ତିୟାନି ଆମ୍ମା ଏବଂ ଭଗୀରତି ଆମ୍ମାଙ୍କୁ ମିଳିବ ନାରୀଶକ୍ତି ପୁରସ୍କାର

୨୦୧୮ ମସିହାରେ କେରଳ ରାଜ୍ୟ ସାକ୍ଷରତା ମିଶନ୍ ରେ ୧୦୦ ରୁ ୯୮ ମାର୍କ ରଖି ଚର୍ଚ୍ଚାକୁ ଆସିଥିଲେ କେରଳର ଭଗୀରତି ଅମ୍ମା । ବୟସ ୧୦୫ ବର୍ଷ । କିନ୍ତୁ ମନରେ ପାଠ ପଢିବାର ଅଦମ୍ୟ ଇଚ୍ଛା । ଯୁବାବସ୍ଥାରେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିବା ଅମ୍ମାଙ୍କୁ ପାଠ ପଢିବା ପାଇଁ ଉଚିତ୍ ପରିବେଶ ମିଳିପାରିନଥିଲା । ବୃଦ୍ଧାବସ୍ତାରେ କିନ୍ତୁ ସ୍ୱପ୍ନ ପୁରଣ ପାଇଁ ସୁଯୋଗ ମିଳିଥିବାରୁ ସେ ଏହାକୁ ହାତଛଡା କରିନଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ “ମନ୍ କି ବାତ୍” କାର୍ଯ୍ୟକ୍ରମରେ ଅମ୍ମାଙ୍କ କଥା କହିଥିଲେ । ବର୍ତ୍ତମାନ ଭଗୀରତି ଅମ୍ମାଙ୍କୁ “୨୦୧୯ ନାରୀଶକ୍ତି ପୁରସ୍କାର” ପାଇଁ ଚୟନ କରାଯାଇଛି ।

ଭଗୀରତି ଅମ୍ମାଙ୍କ ସହ ଅଲପୁଜ୍ଝାରେ ରହୁଥିବା ୯୮ ବର୍ଷୀୟ କାର୍ତ୍ତିୟାନି ଅମ୍ମାଙ୍କୁ ବି ୨୦୧୯ ନାରୀଶକ୍ତି ପୁରସ୍କାରରେ ସମ୍ମାନିତ କରାଯିବ । ସେ ମଧ୍ୟ ୨୦୧୮ ରେ ସାକ୍ଷରତା ପରୀକ୍ଷାରେ ଟପ୍ କରିଥିଲେ । ମାର୍ଚ୍ଚ ୮ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ ନୂଆଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଦୁହିଁଙ୍କୁ ସମ୍ମାନିତ କରିବେ । ଏହି ପୁରସ୍କାରକୁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ସେହି ମହିଳାଙ୍କୁ ପ୍ରଦାନ କରାଯାଇଥାଏ ଯେ ସର୍ବୋଚ୍ଚ ନାଗରିକ ସମ୍ମାନର ଅଧିକାରୀ ହୋଇଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe