ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୯୫୪୧ ନୂଆ ପଜିଟିଭ ଚିହ୍ନଟ, ୩୩ ମୃତ

297

କନକ ବ୍ୟୁରୋ : ରାଜ୍ୟରେ ବଢ଼ୁଛି ଟେଷ୍ଟିଂ, କମୁଛି ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୯ ହଜାର ୫୪୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫ ହଜାର ୩୪୩ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୪ ହଜାର ୧୯୮ଜଣ ।
ସେହିଭଳି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩ଶହ ୪୨ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧୬,ମୟୂରଭଂଜରୁ ୬୯୫, ସୁନ୍ଦରଗଡ଼ରୁ ୫୯୫,ଅନୁଗୁଳରୁ ୫୬୨, ପୁରୀରୁ ୫୨୮, ଯାଜପୁର ୪୮୯, ଭଦ୍ରକ ୪୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪ ରହିଛି । ଏଥିରୁ ମୋଟ ସୁସ୍ଥ ହୋଇଛନ୍ତି ୬ଲକ୍ଷ ୫୮ ହଜାର ୬୪୬ଜଣ । ଏବେବି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୯୫ ହଜାର ୨୬୬ଜଣ । ସେହିପରି ଗତ ୨୪ ଘଂଟାରେ କରୋନାରେ ୩୩ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ୬୬ହଜାର ୫୭ ନମୁନା ପରୀକ୍ଷଣ ହୋଇଥିବା ବେଳେ, ପଜିଟିଭ ହାର ୧୪ ଦଶମିକ ୪୪ ପ୍ରତିଶତ ରହିଛି ।