କନକ ବ୍ୟୁରୋ: ପ୍ଲାଷ୍ଟିକ ମନି କହିଲେ ଆପଣ କଣ ବୁଝନ୍ତି? ପ୍ଲାଷ୍ଟିକ ମନି ଅର୍ଥାତ ଡେବିଟ କାର୍ଡ । ଏହି ଡେବିଟ କାର୍ଡ ବର୍ତ୍ତମାନ ଆମମାନଙ୍କ ଜୀବନକୁ ଅତି ସହଜ କରିଦେଇଛି । ଆଜି ଆମ ପାଖରେ ଅନେକ ୟୁପିଆଇ ଆପ ଥିଲେ ମଧ୍ୟ ଆରମ୍ଭରୁ ଡେବିଟ କାର୍ଡ ଆମ ଜୀବନର ଗୋଟିଏ ଅଂଶ ହୋଇ ରହିଛି । ଗୋଟିଏ ସମୟ ଥିଲା ଯେତେବେଳେ ଡେବିଟ କାର୍ଡ ଲୋକଙ୍କ ଅଧିକ ଟଙ୍କା ସାଥିରେ ନେଇ ଯିବା ସମସ୍ୟାକୁ ଦୂର କରିଥିଲା । ତେବେ ଆପଣ କେଉଁ ବ୍ୟାଙ୍କର ଡେବିଟ କାର୍ଡ ବ୍ୟବହାର କରନ୍ତି?
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେଶରେ ପାଖାପାଖି ୯୪.୭୭ କୋଟି ଡେବିଟ କାର୍ଡ ସକ୍ରିୟ ରହିଛି । ଏଥିରୁ କେବଳ ୬୦ ପ୍ରତିଶତ ଡେବିଟ କାର୍ଡ ୬ ପ୍ରମୁଖ ବ୍ୟାଙ୍କର ରହିଛି । ସବୁଠାରୁ ଅଧିକ ଡେବିଟ କାର୍ଡ ଏସବିଆଇର ରହିଛି ଯାହାକୁ ଲୋକେ ବ୍ୟବହାର କରୁଛନ୍ତି । ୯୪.୭୭ ପ୍ରତିଶତରୁ ୩୦ ପ୍ରତିଶତ ଅର୍ଥାତ ୨୭.୮୬ କୋଟି ଡେବିଡ କାର୍ଡ ଏସବିଆଇର । ଦ୍ୱିତୀୟ ସ୍ଥାନରେ ବ୍ୟାଙ୍କ ଅଫ ବରୋଦା ରହିଛି । ପାଖାପାଖି ୭.୯ କୋଟି ଲୋକେ ଏହି ବ୍ୟାଙ୍କର ଡେବିଟ କାର୍ଡକୁ ଚଳାଉଛନ୍ତି । ଏହି ତଥ୍ୟ ଆରବିଆଇ ପକ୍ଷରୁ ନେଭମ୍ବର ୨୦୨୨ରେ ଜାରି ହୋଇଥିବା ରିପୋର୍ଟରୁ ସାମ୍ନାକୁ ଆସିଛି ।
ସେହିଭଳି ତୃତୀୟ ସ୍ଥାନରେ ୟୁନିୟନ ବ୍ୟାଙ୍କର ଡେବିଟ କାର୍ଡ ରହିଛି । ଏଥିରେ ପାଖପାଖି ୫.୧ କୋଟି ଲୋକ ଡେବିଟ କାର୍ଡକୁ ବ୍ୟବହାର କରୁଛନ୍ତି । ଏଚଡିଏଫସି ବ୍ୟାଙ୍କ ଏବଂ କାନାଡା ବ୍ୟାଙ୍କର ଗ୍ରାହକ ମାନେ ପାଖପାଖି ୫.୧ ପ୍ରତିଶତ ଅର୍ଥାତ ୪.୮ କୋଟି ଡେବିଟ କାର୍ଡ ବ୍ୟବହାର କରୁଛନ୍ତି । ବ୍ୟାଙ୍କ ଅଫ୍ ଇଣ୍ଡିଆର ପାଖାପାଖି ୪.୬ କୋଟି ଗ୍ରାହକ ଡେବିଟ କାର୍ଡ ଚଳାଉଛନ୍ତି । ଏହିଭଳି ଭାବେ ଦେଶରେ ପ୍ଲାଷ୍ଟିକ ଟଙ୍କାର ବହୁଳ ବ୍ୟବହାର କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/24-10.jpg)