କନକ ବ୍ୟୁରୋ: ବୟସ ୯୩ ହେଲାଣି, ହେଲେ ପ୍ରଥମ ଥର ପାଇଁ ଭୋଟ ଦେଇ ନିଜର ମତ ସାବ୍ୟସ୍ତ କରିବେ ଛତିଶଗଡର ଏହି ବୃଦ୍ଧ ।ଆଗାମୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ ନକ୍ସଲ୍ ଉପଦ୍ରୁତ କାଙ୍କେର୍ ଅଞ୍ଚଳର ଜଣେ ୯୩ ବର୍ଷିୟ ବୃଦ୍ଧ ଜୀବନରେ ପ୍ରଥମ କରି ଭୋଟ୍ ଦେବେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ଇଏ ହେଉଛନ୍ତି ଭାନୁପ୍ରତାପପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୈଁସାକାହ୍ନର୍ ଗାଁର ଶେର୍ ସିଂହ ହେଡ୍କୋ। ଜିଲ୍ଲାପାଳ ପ୍ରିୟଙ୍କା ଶୁକ୍ଳାଙ୍କ ନେତୃତ୍ବରେ ଦ୍ବାର ଦ୍ବାର ବୁଲି କରାଯାଉଥିବା ଭୋଟର୍ ତାଲିକା ଅଭିଯାନରେ ତାଙ୍କ ନାଁ ସାମିଲ୍ କରାଯାଇଛି। ହେଡ୍କୋଙ୍କ କାଗଜପତ୍ରରେ କୌଣସି ତ୍ରୁଟି ଥିବାରୁ ଅନେକ ବର୍ଷ ହେବ ତାଙ୍କ ନାଁ ଭୋଟର୍ ତାଲିକାରୁ ବାଦ ପଡ଼ିଥିଲା। ଫଳରେ ସେ ଭୋଟ୍ ଦାନରୁ ବଞ୍ଚିତ ହୋଇ ଆସିଛନ୍ତି। ଭୋଟର୍ ତାଲିକାରେ ନାଁ ଅନ୍ତର୍ଭୁକ୍ତ କରାଯିବା ପରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଅଂଶ ଗ୍ରହଣ କରିବାର ଅଧିକାର ପାଇ ହେଡ୍କୋ ଖୁବ୍ ଉତ୍ସାହିତ ହୋଇପଡ଼ିଛନ୍ତି। ଭୋଟ୍ ଦେଇ ପ୍ରତିନିଧି ଚୟନ କରିବାକୁ ସେ ଖୁବ୍ ବ୍ୟଗ୍ର ବୋଲି ତାଙ୍କ ତରଫରୁ ଜଣେ ଆତ୍ମୀୟ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/old.jpg)