କନକ ବ୍ୟୁରୋ: ଦେଶରେ ବେକାବୁ ହେଉଛି କରୋନାର ସ୍ଥିତି । ଦ୍ରୁତ ବେଗରେ ବଢ଼ୁଛି କରୋନା ସଂକ୍ରମଣ । ଦିନ ଦିନକୁ ଦୈନିକ ସଂକ୍ରମଣ ସଂଖ୍ୟା ନୂଆଁ ନୂଆଁ ରେକର୍ଡ଼ କରୁଛି । ୫ ମାସ ପରେ ଦିନକରେ ୯୩ ହଜାରରୁ ଅଧିକ ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ଗତ ୨୪ ଘଂଟାରେ ୯୩ ହଜାର ୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୩ ଜଣଙ୍କ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଦୈନିକ ସଂକ୍ରମଣ ମାମଲାରେ ପୁଣି ଥରେ ବିଶ୍ୱରେ ଭାରତ ପ୍ରଥମ ସ୍ଥାନରେ ପହଂଚି ଯାଇଛି । ତେବେ ଦେଶରେ ୬୦ ହଜାର ୪୮ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୨୪ ଲକ୍ଷ ୮୫ ହଜାର ୫୦୯ରେ ପହଂଚିଛିି । ସେହିପରି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୪ ହଜାର ୬୨୩ରେ ପହଂଚିଛି ।
ଭୟ ବଢ଼ାଉଛି କରୋନାର ଦ୍ୱିତୀୟ ସଂକ୍ରମଣ । ୫ମାସ ପରେ ଦିନକରେ ୯୩ ହଜାରରୁ ଅଧିକ ନୂଆଁ ଆକ୍ରାନ୍ତ ଚିହ୍ନଟ, ୫ଶହରୁ ଅଧିକ ମୃତ ।
Advertisment
Follow Us