କନକ ବ୍ୟୁରୋ: ଦେଶରେ ବେକାବୁ ହେଉଛି କରୋନାର ସ୍ଥିତି । ଦ୍ରୁତ ବେଗରେ ବଢ଼ୁଛି କରୋନା ସଂକ୍ରମଣ । ଦିନ ଦିନକୁ ଦୈନିକ ସଂକ୍ରମଣ ସଂଖ୍ୟା ନୂଆଁ ନୂଆଁ ରେକର୍ଡ଼ କରୁଛି । ୫ ମାସ ପରେ ଦିନକରେ ୯୩ ହଜାରରୁ ଅଧିକ ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ଗତ ୨୪ ଘଂଟାରେ ୯୩ ହଜାର ୨୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୩ ଜଣଙ୍କ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଦୈନିକ ସଂକ୍ରମଣ ମାମଲାରେ ପୁଣି ଥରେ ବିଶ୍ୱରେ ଭାରତ ପ୍ରଥମ ସ୍ଥାନରେ ପହଂଚି ଯାଇଛି । ତେବେ ଦେଶରେ ୬୦ ହଜାର ୪୮ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୨୪ ଲକ୍ଷ ୮୫ ହଜାର ୫୦୯ରେ ପହଂଚିଛିି । ସେହିପରି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୪ ହଜାର ୬୨୩ରେ ପହଂଚିଛି ।
ଭାରତ ପରେ ଆମେରିକାରେ ଦୈନିକ ୭୦ ହଜାର ଓ ବ୍ରାଜିଲରେ ୬୯ ହଜାର ୬୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । କରୋନାରେ ଦ୍ୱିତୀୟ ଲହରୀ ଦୈନିକ ସଂକ୍ରମଣ ୨୦ ହଜାରରୁ ୮୦ ହଜାରରେ ପହଂଚିବାକୁ ମାତ୍ର ୨୦ ଦିନ ସମୟ ଲାଗୁଛି । ଗତବର୍ଷ ଅର୍ଥାତ କରୋନାର ପ୍ରଥମ ଲହରର ସଂକ୍ରମଣ ୯୩ ହଜାର ଛୁଇଁବାକୁ ୬୪ ଦିନ ଲାଗିଥିଲା । ଦେଶରେ ଗତବର୍ଷ ୧୬ ଡିସେମ୍ବରରେ ଦୈନିକ ସଂକ୍ରମଣ ୯୭ ହଜାର ୮୬୦ ଚିହ୍ନଟ ହୋଇଥିଲା । ଯାହାକି ସର୍ବାଧିକ ଥିଲା । ସେପଟେ ମହାରାଷ୍ଟ୍ରର ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/13-2.jpg)