ସଂକ୍ରମଣ କମିଲା, ସୁସ୍ଥ ସଂଖ୍ୟା ବଢିଲା । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୯୧୮ କରୋନା ଆକ୍ରାନ୍ତ । ସେପଟେ ସୁସ୍ଥ ହେଲେ ୧୧୦୨ ଜଣ  

222

କନକ ବ୍ୟୁରୋ: ଭୁବନେଶ୍ୱର ପାଇଁ ଆଜି ଭଲ ଖବର । ଆଜି ରାଜଧାନୀରେ ସଂକ୍ରମଣ କମ ରହିଛି ସୁସ୍ଥ ସଂଖ୍ୟା ଅଧିକ ରହିଛି । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୯୧୮ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୬୯ ଜଣ ଚିହ୍ନଟ ହୋଇଥିବା ବେଳେ ୭୪୯ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୧୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭୁବନେଶ୍ୱରର ମଞ୍ଚେଶ୍ୱର, ରସୁଲଗଡ, ହଂସପାଳ, ପାହାଳ, ସହିଦ ନଗର, ସତ୍ୟନଗର, ଝାରପଡା, ଖଣ୍ଡଗିରି, ପଟିଆ, ଜୟଦେବ ବିହାର, ନୟାପଲ୍ଲୀ, କଳ୍ପନା, ବମିଖାଲ, ବରମୁଣ୍ଡା, ଚିନ୍ତାମଣିଶ୍ୱର, ଏଜି କଲୋନୀ, ପଳାସପଲ୍ଲୀ, ପୋଖରୀପୁଟ, ଶୈଳଶ୍ରୀବିହାର, ସାମନ୍ତରାପୁର ଆଦି ଅଞ୍ଚଳରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ଭୁବନେଶ୍ୱରରେ ୭୭,୬୭୬ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ୬୬,୩୨୪ ଜଣ ସୁସ୍ଥ ହୋଇ ଘରକୁ ଫେରଛନ୍ତି । ଆହୁରି ୧୦,୯୮୮ କରୋନା ପଜିଟିଭ ଭୁବନେଶ୍ୱରରେ ସକ୍ରିୟ ରହିଛନ୍ତି ।