କନକ ବ୍ୟୁରୋ: ଚଳିତ ବର୍ଷ ମହାତ୍ମାଗାନ୍ଧିଙ୍କ ଦାଣ୍ଡି ଯାତ୍ରାକୁ ପୂରଣ ହୋଇଛି ୯୧ ବର୍ଷ । ଏହାର ପୂର୍ତ୍ତି ଅବସରରେ ଯେଉଁ ରାସ୍ତାରେ ଗାନ୍ଧିଜୀ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ, ସେହି ରାସ୍ତାରେ ପ୍ରଧାନମନ୍ତ୍ରୀ ମୋଦି ଆରମ୍ଭ କରିଛନ୍ତି ପଦଯାତ୍ରା । ଆଜି ପ୍ରଧାନମନ୍ତ୍ରୀ ମୋଦି ନିଜେ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଛନ୍ତି ।
ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଦାଣ୍ଡି ଯାତ୍ରାକୁ ପୂରଣ ହୋଇଛି ୯୧ ବର୍ଷ । ଏହି ଅବସରରେ କେନ୍ଦ୍ର ସରକାର ପାଳନ କରୁଛନ୍ତି ଅମୃତ ମହୋତ୍ସବ । ଏହାର ଶୁଭାରମ୍ଭ ପାଇଁ ମାର୍ଚ ୧୨ ତାରିଖକୁ କେନ୍ଦ୍ର ସରକାର ଚୟନ କରିଥିଲେ । କାରଣ ୧୯୩୪ ମସିହା ମାର୍ଚ ୧୨ ତାରିଖରେ ବାପୁ ଆରମ୍ଭ କରିଥିଲେ ଲବଣ ସତ୍ୟାଗ୍ରହ ବା ଦାଣ୍ଡି ଯାତ୍ରା । ଦେଶର ବିଭିନ୍ନ ପ୍ରାନ୍ତରୁ ପଦ ଯାତ୍ରୀ ଅଭୟ ଘାଟରେ ପହଁଚିଥିଲେ । ପ୍୍ରଧାନମନ୍ତ୍ରୀ ମୋଦି ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।
ଇଂରେଜ ସରକାରଙ୍କ ଲୁଣ ଆମଦାନୀ ଅଧିକାର ବିରୋଧରେ ଗାନ୍ଧିଜୀ ଆରମ୍ଭ କରିଥିଲେ ଦାଣ୍ଡି ଯାତ୍ରା । ୧୯୩୪ ମାର୍ଚ ୧୨ ତାରିଖରୁ ସାବରମତି ଆଶ୍ରମରୁ ୭୮ ଜଣ ସାଥୀଙ୍କୁ ନେଇ ଦାଣ୍ଡି ଅଭିମୁଖେ ଯାତ୍ରା କରିଥିଲେ । ୧୯୩୪ ଅପ୍ରେଲ ୬ ତାରିଖରେ ୩୮୬ କିଲୋମିଟର ଅତିକ୍ରମ କରି ବାପୁଙ୍କ ଯାତ୍ରା ପହଁଚିଥିଲା ଦାଣ୍ଡିରେ । ଚଳିତ ବର୍ଷ ଏହି ଦାଣ୍ଡି ଯାତ୍ରାକୁ ୯୧ ବର୍ଷ ପୂରଣ ହୋଇଛି । ଏହି ଅବସରରେ ବାପୁଙ୍କ ସ୍ମୃତି ଚାରଣ କରି ସାବରମତି ଆଶ୍ରମରୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଅମୃତ ମହୋତ୍ସବ ।
ଅମୃତ ମହୋତ୍ସବ ଅବସରରେ ଅହମ୍ମଦାବାଦର ସାବରମତି ଆଶ୍ରମରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଦେଶର ବିଭିନ୍ନ ପ୍ରାନ୍ତରୁ ଏଥିରେ ସାମିଲ ହୋଇଛନ୍ତି ପଦ ଯାତ୍ରୀ । ସେତେବେଳେ ଯେଉଁମାନେ ଦାଣ୍ଡି ଯାତ୍ରାରେ ସାମିଲ ହୋଇଥିଲେ, ଇତିହାସକୁ ପୁନଃଜୀବିତ କରିବାକୁ ଏହି ଯାତ୍ରାରେ ସେମାନଙ୍କର ପରିବାର ବର୍ଗକୁ ସାମିଲ କରାଯାଇଛି । ତେବେ ଏହାକୁ ନାପସନ୍ଦ କରିଛନ୍ତି ବିରୋଧୀ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ , ଏହି ଅମୃତ ମହୋତ୍ସବ ପଦ ଯାତ୍ରାର ନେତୃତ୍ୱ ନେଇଛନ୍ତି । ୭୫ କିଲୋମିଟର ଯାତ୍ରାରେ ୧୦୩ ଜଣ ସାମିଲ ହୋଇଛନ୍ତି । ଏହି ପଦ ଯାତ୍ରା ସେହି ରାସ୍ତା ଦେଇ ଯିବ, ଯେଉଁ ରାସ୍ତା ଦେଇ ୧୯୩୪ ରେ ବାହାରିଥିଲା ଗାନ୍ଧିଙ୍କ ଯାତ୍ରା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/31-3.jpg)