କନକ ବ୍ୟୁରୋ: ଆଫ୍ରିକାର ସିଏରା ଲିଓନ ସହରରେ ଭୟଙ୍କର ବିସ୍ଫୋରଣ । ପେଟ୍ରୋଲ ବୋଝେଇ ଟ୍ୟାଙ୍କ କୁ ଧକ୍କା ଦେଲା ଟ୍ରକ । ଫଳେରେ ଘଟଣା ସ୍ଥଳରେ ହିଁ ଜଳିଯାଇଥିଲେ ୯୦ ରୁ ଅଧିକ ଲୋକ । ଏହାସହ ଶତାଧିତ ଗୁରୁତର ଆହାତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ନିୟନ୍ତ୍ରଣ କରିବା ସହ ଉଦ୍ଧାର କାର୍ଯ୍ୟ କରିଛି ।
ତେବେ ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଅଧିକ ଲୋକ ରାସ୍ତା କଡରେ ଥିବା ଉଠା ଦୋକାନି ଥିବା ଜଣାପଡିଛି । ଘଟଣା କୁ ନେଇ ରାଷ୍ଟ୍ରପତି ଜୁଲିଅସ ମାଡା ବାୟୋ ଗଭୀର ସୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଷ୍ଟ୍ରପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/31-6.jpg)