ଅଶାନ୍ତ ବାଂଲାଦେଶ, ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ; ଭୟ ଭିତରରେ ସ୍ୱଦେଶ ଫେରିଲେ ୯୭୮ ଭାରତୀୟ

ଅଶାନ୍ତ ବାଂଲାଦେଶ, ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ; ଭୟ ଭିତରରେ ସ୍ୱଦେଶ ଫେରିଲେ ୯୭୮ ଭାରତୀୟ

କନକ ବ୍ୟୁରୋ: ବାଂଲାଦେଶରୁ ଫେରୁଛନ୍ତି ଭାରତୀୟ । ଛାତ୍ରଛାତ୍ରୀଙ୍କ ସମେତ ୯୭୮ ଭାରତୀୟ ସ୍ୱଦେଶ ଫେରିଛନ୍ତି ।ଏଥିସହ ଏଠାରେ ରହୁଥିବା ଭାରତୀୟଙ୍କ ପାଇଁ ବୈଦେଶିକମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି ।

ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଏବେ ସୁଦ୍ଧା ୧୫ଶହର ଅଧିକ ଲୋକ ଆହତ ଓ ୧୧୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଜୀବନ ବଞ୍ଚାଇବାକୁ ଯାଇ ଅନେକ ବାଂଲାଦେଶୀ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ପରେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଛନ୍ତି । ଦିଲ୍ଲୀରେ ଥିବା ବାଂଲାଦେଶ ଦୂତାବାସ ନିକଟରେ ବିକ୍ଷୋଭ କରିଛି ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ  । ସେପଟେ କୋଲକାତା ଓ ଢ଼ାକା ମଧ୍ୟରେ ଟ୍ରେନ ଚଳାଚଳ ଅସ୍ଥାୟୀଭାବେ ବନ୍ଦ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe