କନକ ବ୍ୟୁରୋ: ବାଂଲାଦେଶରୁ ଫେରୁଛନ୍ତି ଭାରତୀୟ । ଛାତ୍ରଛାତ୍ରୀଙ୍କ ସମେତ ୯୭୮ ଭାରତୀୟ ସ୍ୱଦେଶ ଫେରିଛନ୍ତି ।ଏଥିସହ ଏଠାରେ ରହୁଥିବା ଭାରତୀୟଙ୍କ ପାଇଁ ବୈଦେଶିକମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି ।
ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଏବେ ସୁଦ୍ଧା ୧୫ଶହର ଅଧିକ ଲୋକ ଆହତ ଓ ୧୧୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଜୀବନ ବଞ୍ଚାଇବାକୁ ଯାଇ ଅନେକ ବାଂଲାଦେଶୀ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ପରେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଛନ୍ତି । ଦିଲ୍ଲୀରେ ଥିବା ବାଂଲାଦେଶ ଦୂତାବାସ ନିକଟରେ ବିକ୍ଷୋଭ କରିଛି ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଆସୋସିଏସନ । ସେପଟେ କୋଲକାତା ଓ ଢ଼ାକା ମଧ୍ୟରେ ଟ୍ରେନ ଚଳାଚଳ ଅସ୍ଥାୟୀଭାବେ ବନ୍ଦ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/6-27.jpg)