୯୦ ବର୍ଷୀୟ ବୃଦ୍ଧ କଏଦୀ ହସ୍ପିଟାଲରେ ଭର୍ତ୍ତି । ପାଦରେ ବେଡି ବନ୍ଧାଯାଇ କରାଯାଉଛି ଚିକିତ୍ସା ।

210

କନକ ବ୍ୟୁରୋ : ପାଦରେ ବେଡି, ବେଡରେ ବୃଦ୍ଧ । ଉତ୍ତରପ୍ରଦେଶ ଜନପଦ ଏଟାରେ ୯୦ ବର୍ଷୀୟ ବୁଦ୍ଧ କଏଦୀଙ୍କ ପାଦରେ ବେଡି ବନ୍ଧାଯାଇ ଚିକିତ୍ସା କରାଯାଉଥିବାର ଖବର ସାମ୍ନାକୁ ଆସିଛି । କୁହାଯାଉଛି, ଏହି ୯୦ ବର୍ଷୀୟ ବାବୁରାମ ପୂତ୍ର ବଲବନ୍ତ ସିଂହ ଏକ ପୁରୁଣା ମାମଲାରେ ଜେଲରେ ସଜା କାଟୁଛନ୍ତି । ବୁଧବାର ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ, ତାଙ୍କୁ ହସ୍ପିଟାଲର କୋଭିଡ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ବୃଦ୍ଧ ଜଣଙ୍କ ମାନସିକ ରୋଗରେ ପୀଡିତ ଅଛନ୍ତି । ଏବଂ ବାରମ୍ବାର ସେ ତାଙ୍କ ବେଡରୁ ଉଠି ଚାଲିଯାଉଛନ୍ତି । ଆଉ ଏଥିପାଇଁ ଯେମିତି ତାଙ୍କ କୌଣସି ଆଘାତ ନଲାଗେ ସେଥିପାଇଁ ତାଙ୍କ ପାଦରେ ବେଡି ବନ୍ଧାଯାଇ ରଖାଯାଇଥିବା କହିଛନ୍ତି ଡାକ୍ତର ।