କନକ ବ୍ୟୁରୋ: ଉତ୍ତରପ୍ରଦେଶ ରାମପୁର ଇଲାକାରେ ନିଆରା ବିବାହ । ୯୦ ବର୍ଷ ବୃଦ୍ଧଙ୍କ ବିବାହ କଲେ ୭୫ ବର୍ଷ ବୟସ୍କା ମହିଳା । ଏହି ବିବାହ କରାଇଛନ୍ତି ଖୋଦ୍ ବୃଦ୍ଧଙ୍କ ପିଲାମାନେ । ଏହି ବିବାହକୁ ନେଇ ଉତ୍ତରପ୍ରଦେଶ ରାମପୁର ନିର୍ବାଚନ ମଣ୍ଡଳୀର ନରଖୋଦୀ ଗାଁ ଏବେ ଚର୍ଚ୍ଚାରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସାଥୀ ବିନା ଜୀବନ ଦୁର୍ବିସହ । ବୟସ ଯାହା ହେଉ ନା କାହିଁକି ଏକାଏକା ଜୀବନର ବାଟ ଚାଲିବା ଭାରି କଷ୍ଟ । ଜଣେ ଦରଦୀ ଜୀବନ ସାଥୀ ମିଳିଗଲେ ଜୀବନରେ ଉଙ୍କିମାରେ ଅସରନ୍ତି ଖୁସି । ଏହା ପ୍ରମାଣ କରିଛନ୍ତିି ଉତ୍ତରପ୍ରଦେଶର ବୃଦ୍ଧ ଦମ୍ପିତ୍ତି । ୯୦ ବର୍ଷ ବୃଦ୍ଧଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୭୫ ବର୍ଷିୟା ବୟସ୍କ ମହିଳା ।ଏବେ ବେଶ ଖୁସିରେ ଚାଲିଛି ଦୁହିଁଙ୍କ ଜୀବନ ।ପାଞ୍ଚ ଝିଅ ଓ ପତ୍ନୀଙ୍କୁ ନେଇ ଚାଲିଥିଲା ସାଫି ଅହମ୍ମଦଙ୍କ ସଂସାର । ହେଲେ ଅସମୟରେ ବାଟ କାଟି ଚାଲିଗଲେ ପତ୍ନୀ । ପାନ ଦୋକାନଟିଏ କରି ସଂସାର ଚଳାଉଥିବା ସାଫି ଅହମ୍ମଦ ଉଭୟ ମା’ ଓ ବାପାର କର୍ତ୍ତବ୍ୟ କରି ପାଂଚ ଝିଅଙ୍କୁ ବଡ କଲେ ଆଉ ସମୟ କ୍ରମେ ସମସ୍ତଙ୍କ ବିବାହ ମଧ୍ୟ କରାଇଲେ । ସବୁ ଝିଅ ଏବେ ନିଜ ନିଜ ସଂସାରକୁ ନେଇ ଖୁସି ଥିବାବେଳେ ଅହମ୍ମଦ କିନ୍ତୁ ଏକାପଣକୁ ନେଇ ବ୍ୟସ୍ତ ହୋଇପଡିଥିଲେ । ସେମାନେ ଶାଶୁଘରକୁ ଚାଲିଯିବା ପରେ ଏକାଏକା ବାପା କେମିତି ରହିବାର ଚିନ୍ତା ସେମାନଙ୍କୁ ବାଟ ଦେଖାଇଥିଲା । ସେହି ଅଂଚଳର ଅସହାୟ ମହିଳା ଆୟଶା ବେଗମଙ୍କ ଠିକଣା ପାଇଥିଲେ । ଜ୍ୱାଇଁ ଏବଂ ବନ୍ଧୁବାନ୍ଧବଙ୍କ ସହମତି କ୍ରମେ ଅହମ୍ମଦ ସାଫିଙ୍କ ହାତ ଧିରିଥିଲେ ଆୟଶା । ଆୟଶା ବି ଥିଲେ ବେସାହାରା, ତାଙ୍କ ପାଖରେ ନା ଥିଲା ଦିନକୁ ଦି ବୋଳି ଖାଇବା ଯୋଗାଡ କରିବାର ସମ୍ବଳ , ନା ଥିଲା ମୁଣ୍ଡ ଉପରେ ଛାତ । ୯୦ ବର୍ଷିୟ ଅହମ୍ମଦଙ୍କୁ ପାଇ ଆୟସା ମଧ୍ୟ ପାଇଛନ୍ତି ସାହାରା । ବୟସର ସାୟାହ୍ନରେ ପହଂଚିଥିବା ଦମ୍ପତ୍ତି ଏବେ ବେଶ ଖୁସିରେ ଦିନ କାଟୁଛନ୍ତି । ଏଭଳି ନିଆରା ବିବାହରେ ବାନ୍ଧି ହୋଇଥିବା ଦମ୍ପତ୍ତିଙ୍କୁ ଦେଖିବାକୁ ଆଖପାଖ ଲୋଙ୍କଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି ।