ବେଙ୍ଗାଲୁୁରୁରୁ ଆସିଲା ଲୋମଟାଙ୍କୁରା ହତ୍ୟା ମାମଲା: ଜନ୍ମକଲା ମା’କୁ ୯୦ଟି ନିଦ ବଟିକା ଦେବା ପରେ ତଣ୍ଟିଚିପି ହତ୍ୟା କଲା ଝିଅ

1,781

କନକ ବ୍ୟୁରୋ: ବେଙ୍ଗାଲୁରୁରୁ ଆସଛି ଛାତିଥରା ହତ୍ୟା ମାମଲା । ମା’କୁ ହତ୍ୟା କରି ଶବକୁ ଏକ ଟ୍ରଲିବ୍ୟାଗରେ ଭର୍ତି କରି ଥାନାରେ ପହଁଚିଲେ ଝିଅ । ଘଟଣା ବେଙ୍ଗାଲୁରର । ଆପଣ ଟିଭି ପରଦାରେ ଯେଉଁ ନୀଳ ରଙ୍ଗର ଟ୍ରଲିବ୍ୟାଗ ଦେଖୁଛନ୍ତି ସେଥିରେ ରହିଥିଲା ୭୦ବର୍ଷ ବୟସ୍କା ମହିଳାଙ୍କ ଶବ । ବେଙ୍ଗାଲୁରୁ ବିଲେକହଲୀ ଇଲାକାରେ ଥିବା ଏନଏସଆର ଗ୍ରୀନ ଆପାର୍ଟମେଂଟରେ ୬ବର୍ଷ ହେବ ରହି ଆସୁଥିଲେ ପଶ୍ଚିମବଙ୍ଗର ବିଭା ପାଲ । ତେବେ ତାଙ୍କୁ ହତ୍ୟା କରିଥିବା ଝିଅର ନାଁ ସୋନାଲୀ ସେନ ଓ ସେ ୩୯ବର୍ଷ ବୟସର ବୋଲି ଜଣାପଡିଛି । ଅଭିଯୁକ୍ତ ମହିଳା ନିଜ ମା, ଶାଶୂ ଓ ସ୍ୱାମୀଙ୍କ ସହ ଏଠାରେ ରହୁଥିଲେ । ପୁଲିସର ସୂଚନା ଅନୁସାରେ ବିଭା ପାଲ ଓ ସୋନାଲି ପାଲଙ୍କ ମଧ୍ୟରେ ପ୍ରତିଦିନ ଝଗଡା ହେଉଥିଲା । ଅନେକ ଥର ବିଭା ପାଲ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇ ଆସୁଥିଲେ । ତେବେ ପ୍ରତିଦିନର ଝଗଡାରେ ଅତିଷ୍ଟ ହେଇ ସୋନାଲୀ ନିଜ ମାକୁ ରାଗରେ ୯୦ଟି ନିଦ ବଟିକା ଦେବା ପରେ ପରେ ତଂଟିଚପି ହତ୍ୟା କରିଥିଲେ ।ପରେ ମୃତ ଶରୀରକୁ ଟ୍ରଲିବ୍ୟାଗରେ ଭର୍ତି କରି ନିକଟରେ ଥବା ଥାନାରେ ପହଁଚିଥିଲେ ଅଭିଯୁକ୍ତ ଝିଅ । ଅଭିଯୁକ୍ତ ସୋନାଲି ପାଲ ଜଣେ ଫିଜିଓଥେରାଫିଷ୍ଟ ବୋଲି ଜଣାପଡିଛି ।