କରୋନାର କୋଲକାତା ଲିଙ୍କ ପରେ ଆସିଲା ବଡ ସତ । ପଶ୍ଚିମବଙ୍ଗରୁ ଓଡିଶା ଆସିବା ପାଇଁ ରହିଛି ୯୦ଟି ରାସ୍ତା । ସୁବ୍ରତ ବାଗଚୀ କହିଲେ, ସୀମା ଜଗିବା ସହଜ ନୁହେଁ, ବିସ୍ତୃତ ସୀମା ଜଗି ପାରିବ ନାହିଁ ପୋଲିସ ବାହିନୀ ।

2,077

କନକ ବ୍ୟୁରୋ: ରାଜ୍ୟର କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ସ୍ପଷ୍ଟ ହେବା ପରେ ଏବେ ପ୍ରଶ୍ନ ଉଠିଛି, ପଶ୍ଚିମବଙ୍ଗରୁ ଓଡିଶାକୁ ଯେଉଁ ରାସ୍ତା ରହିଛି, ସେହି ରାସ୍ତା ଦେଇ ଓଡିଶାକୁ କରୋନା ସଂକ୍ରମିତ ଆସିବେ ନାହିଁ ତ । କାରଣ ଗୋଟିଏ ଦୁଇଟି ନୁହେଁ ରହିଛି ୯୦ଟି ରାସ୍ତା ରହିଛି । ଯେଉଁ ରାସ୍ତା ଦେଇ ଓଡିଶା ଆସିବା ବେଶ ସହଜ । ପଶ୍ଚିମବଙ୍ଗ ସହ ଲାଗିରହିଛି ଓଡିଶାର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା । ପାଖାପାଖି ୨୦୨ କିଲୋମିଟରର ସୀମା । ସ୍ଥଳଭାଗର ଏହି ସୀମାର ଅଧିକାଂଶ ଅଂଚଳକୁ ଜଙ୍ଗଲ ଘେରି ରଖିଥିବାରୁ ଏହାକୁ ପୋଲିସ ବନ୍ଦ କରିପାରିବ ନାହିଁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ । ତେଣୁ ଏବେ ଏହି ବାଟ ଦେଇ କରୋନା ଭୂତାଣୁ ଓଡିଶା ଆସିବାର ଆଶଙ୍କା ସୃଷ୍ଟି ହୋଇଛି ।

ପଶ୍ଚିମବଙ୍ଗରୁ ଓଡି଼ଶା ୯୦ଟି ବାଟ ଦେଇ ଆସିହେବ । ଓଡିଶାର ୨୪ ଜଣ କରୋନା ଆକ୍ରାନ୍ତଙ୍କ ଲିଙ୍କ ପଡୋଶୀ ପଶ୍ଚିମବଙ୍ଗ ସହ ରହିଥିବା ସ୍ପଷ୍ଟ ହେବା ପରେ ଚିନ୍ତା ବଢିଯାଇଛି । ଆଉ ଏହି ଚିନ୍ତାକୁ ଆହୁରି ବଢାଇଦେଇଛି ପଶ୍ଚିମବଙ୍ଗରୁ ଓଡିଶାକୁ ରହିଥିବା ମାଳ ମାଳ ରାସ୍ତା । ଏଭଳି ୯୦ଟି ବାଟ ରହିଛି, ଯେଉଁ ରାସ୍ତା ଦେଇ ଓଡିଶାକୁ ବେଶ୍ ଆରାମରେ ପଶିହେବ ।
– ଜଳେଶ୍ୱର, ସୁନାକଣିଆ, ଆମ୍ବିଳିଅଠା, ଲଷ୍ମଣନାଥ, ରାଜଘାଟ, ଉଦୟପୁର, ଚନ୍ଦନେଶ୍ୱର, ରାଇବଣିଆ ଭଳି ମୁଖ୍ୟ ରାସ୍ତା ।
– ସୁବର୍ଣ୍ଣରେଖା ନଦୀର ଗୁରୁଦାସପୁର ଘାଟ ।
– ଶଙ୍ଖମେଦି ସୀମା ଅଂଚଳ ଏହାକୁ ବାଦ୍ ଦେଲେ ଅନେକ ଗଳାବାଟ ବି ରହିଛି । ଯେଉଁ ବାଟ ଦେଇ ବାଲି
ଚୋରାଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି ।

ପଶ୍ଚିମବଙ୍ଗରୁ ବିପଦ ଆସୁଛି, ରୋକିପାରୁନି ପୋଲିସ । ପଶ୍ଚିମବଙ୍ଗ ସହ ଲାଗିରହିଛି ଓଡିଶାର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା । ପାଖାପାଖି ୨୦୨ କିଲୋମିଟରର ସୀମା । ସ୍ଥଳଭାଗର ଏହି ସୀମାର ଅଧିକାଂଶ ଅଂଚଳକୁ ଜଙ୍ଗଲ ଘେରି ରଖିଥିବାରୁ ଏହାକୁ ପୋଲିସ ବନ୍ଦ କରିପାରିବ ନାହିଁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ । ଗତ ୨୫ ତାରିଖରୁ ଲକଡାଉନ୍ ଘୋଷଣା ହୋଇଛି । ସରକାର, ଓଡିଶା ସହ ପଶ୍ଚିମବଙ୍ଗର ୧୨ଟିି ସୀମା ସିଲ୍ କରିଛନ୍ତି । ଏଭଳି ସ୍ଥିତିରେ ଚାରିଚକିଆ ଧରି ପଶ୍ଚିମବଙ୍ଗରୁ ଓଡିଶାକୁ ଲୋକ କେମିତି ପଶିିଲେ ସେନେଇ ବଡ ପ୍ରଶ୍ନ ଉଠିଛି ।