ବନ୍ୟାରେ ଉବୁଟୁବୁ ଆସାମ: ନଦୀ ଉଛୁଳି ଘର ଭିତରେ ବନ୍ୟା ପାଣି, ମୃତ୍ୟୁ ସଂଖ୍ୟା ଛୁଇଁଲା ୯୦

99

କନକ ବ୍ୟୁରୋ: ବନ୍ୟାରେ ଉବୁଟୁବ ଆସାମ । କେଉଁଠି ନଦୀ ଉଛୁଳୁଛି ତ କେଉଁଠି ଘର ଭିତରେ ପଶିଛି ବନ୍ୟା ପାଣି । ଘର ଭିତରେ ଫଶି ରହିଥିବା ଲୋକଙ୍କ ଦୁର୍ଦଶା ଅସମ୍ଭାଳ ହେବାକୁ ଲାଗିଲାଣି । ରାଜ୍ୟରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ବନ୍ୟା ଓ ଭୁସ୍କଳନରେ ଅସ୍ଥିର ହୋଇପଡିଛି ପୂର୍ବୋତର ରାଜ୍ୟ । ବନ୍ୟାରେ ଏବେ ସୁଦ୍ଧା ୯୦ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ସେହିପରି ହଜାର ହଜାର ଲୋକ ବାସହରା ହୋଇଛନ୍ତି । ପାଖାପାଖି ୬୦ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହେବା ପରେ ସେମାନଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ସ୍ଥାନାନ୍ତର କରାଯାଉଛି ।୩୨ ଜିଲ୍ଲାର ୫ହଜାର ୧୩୭ଜଣ ଗାଁ ବନ୍ୟା ପାଣିର ବୁଡି ରହିଛି । ବିଶେଷ କରି ବଜଲୀ, କାମରୂପ, କରୀମଗଂଜ, ଅଦଲଗୁରୀ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।