ଭୁବନେଶ୍ୱରରେ ମାଡୁଛି ଭୂତାଣୁ । ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୯୦ କରୋନା ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧରୁ ୬୩, ସ୍ଥାନୀୟ ଆକ୍ରାନ୍ତ ୨୭

Advertisment
ଭୁବନେଶ୍ୱରରେ ମାଡୁଛି ଭୂତାଣୁ । ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୯୦ କରୋନା ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧରୁ ୬୩, ସ୍ଥାନୀୟ ଆକ୍ରାନ୍ତ ୨୭

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୯୦ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୬୩ ଜଣ ଥିବା ବେଳେ ସ୍ଥାନୀୟ ଅଂଚଳରୁ ଅଛନ୍ତି ୨୭ ଜଣ । ଭୁବନେଶ୍ୱର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯ରେ ପହଚଂଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି... ନଜର ପକାନ୍ତୁ କେଉଁଠୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱରରେ ଏଯାଏଁ ୩୮୫ ଜଣ ସୁସ୍ଥ ହୋଇଛନ୍ତି । ୪୬୨ ଜଣ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି । ଆଉ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe