ପର୍ଯ୍ୟଟନରେ ସୃଷ୍ଟି ହେଲା ନୂଆ ଧାରା । ଭର୍ଜିନ ଗାଲାଟିକରେ ୯୦ ମିନିଟର ଯାତ୍ରା କଲେ ରିଚାର୍ଡ ବ୍ରାନସନ୍ । ଜିରୋ ଗ୍ରାଭିଟିରେ କଟାଇଲେ ସମୟ ।

160

କନକ ବ୍ୟୁରୋ: ଦେଶରେ ପ୍ରତିଦିନର ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାକୁ ନେଇ ବୈଜ୍ଞାନିକ ବିପିନ ଶ୍ରୀବାସ୍ତବ ମଡେଲ ପ୍ରସ୍ତୁତ କରିଛନ୍ତି । ତେବେ ବଡ଼କଥା ହେଉଛି, ପ୍ରତିଦିନ ଯେତିକି ମୃତ୍ୟୁ ରେକର୍ଡ ହେଉଛି, ତାହା ୨୪ ଘଣ୍ଟାର ମୃତ୍ୟୁ ନୁହେଁ । ଅଡିଟ୍ ପରେ ରାଜ୍ୟ ସରକାର ଏହାକୁ ଧିରେ ଧିରେ ପ୍ରକାଶ କରୁଛନ୍ତି । ତାହା କେତେ ଗ୍ରହଣ ଯୋଗ୍ୟ ଏହାକୁ ନେଇ ପ୍ରଶ୍ନ ରହିଛି ।

ଏପଟେ ଦେଶର ପ୍ରମୁଖ ଡାକ୍ତର ସଂଘ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ବା ଆଇଏମଏ କହିଛି, ଦେଶରେ କରୋନାର ତୃତୀୟ ଲହର ଆସିବା ଅବସମ୍ଭାବୀ । ତେଣୁ କୌଣସି ପରିସ୍ଥିତିରେ କଟକଣା କୋହଳ ନକରିବାକୁ ସରକାରଙ୍କୁ ପରାମର୍ଶ ଦେଇଛି ଆଇଏମଏ । ଧାର୍ମିକ ଉତ୍ସବ, ତୀର୍ଥଯାତ୍ରା ଓ ପର୍ଯ୍ୟଟନକୁ ଅନୁମତି ନଦେବାକୁ ସରକାରଙ୍କୁ ଅନୁରୋଧ କରିଛି ଡାକ୍ତର ସଂଘ ।

ମହାକାଶ ପର୍ଯ୍ୟଟନରେ ରିଚାର୍ଡ ବ୍ରାନସନ୍ ନୂଆ ଧାରା ସୃଷ୍ଟି କରିଛନ୍ତି । ଜୁଲାଇ ୧୧ ତାରିଖର ତାଙ୍କର ଯାତ୍ରା ସବୁ ଦିନ ଇତିହାସରେ ଲେଖା ହୋଇ ରହିବ । ରିଚାର୍ଡ ବ୍ରାନସନଙ୍କ ଟିମର ପ୍ରତ୍ୟେକ ସଦସ୍ୟ ଜିରୋ ଗ୍ରାଭିଟିରେ ୩ରୁ ୪ ମିନିଟ୍ ସମୟ କଟାଇ , ନିଆରା ଅନୁଭବ ନେଇ ମହାକାଶରୁ ସୁରକ୍ଷିତ ଫେରି ଆସିଛନ୍ତି ।

ଯାହା କାଲି ଯାଏଁ ଅସମ୍ଭବ ଲାଗୁଥିଲା, ଏବେ ତାହାକୁ ପୂରଣ କରି ଦେଖାଇଛନ୍ତି ବ୍ରିଟିଶ ବିଲିଓନୟାର ରିଚାର୍ଡ ବ୍ରାନସନଙ୍କ ଭର୍ଜିନ୍ ଗାଲାଟିକର ୟୁନିଟ୍ ୨୨ ଟିମ୍ । ତେବେ ପୂର୍ବରୁ ନିର୍ଦ୍ଧାରିତ ସଂଧ୍ୟା ୬ଟା ସମୟରେ ଭର୍ଜିନ୍ ଗାଲାଟିକର ଉଡାଣ ଭରିବାର ଥିଲା । ପାଗ ଖରାପ ଥିବାରୁ ଏହାର ସମୟକୁ ଟାଳି ଦିଆଯାଇଥିଲା । ଏହାପରେ ଜୁଲାଇ ୧୧ ତାରିଖ ରାତି ପ୍ରାୟ ୯ଟା ୪୦ ମିନିଟରେ ରିଚାର୍ଡ ବ୍ରାନସନ ତାଙ୍କର ୫ ସାଥୀଙ୍କୁ ନେଇ ମହାକାଶ ପର୍ଯ୍ୟଟନରେ ବାହାରି ଯାଇଥିଲେ ।

– ପ୍ରାୟ ୫୦ ମାଇଲ ଉଚ୍ଚରେ ଭର୍ଜିନ ଗାଲାଟିକରୁ ଅଲଗା ହୋଇଥିଲା ରକେଟ

– ନ୍ୟୁ ମେକ୍ସିକୋ ଭୂପୃଷ୍ଠରୁ ପ୍ରାୟ ୮୫ କିମି ଉଚ୍ଚରେ ପହଁଚିଥିଲା ଭର୍ଜିନ ଗାଲାଟିକ

– ମହାଶୂନ୍ୟରେ ଜିରୋ ଗ୍ରାଭିଟିରେ ପ୍ରତ୍ୟକ ସଦସ୍ୟ କଟାଇଥିଲେ ପ୍ରାୟ ୩ ରୁ ୪ ମିନିଟ

– ଉଡାଣର ୯୦ ମିନିଟ ଭିତରେ ଭର୍ଜିନ୍ ଗାଲାଟିକ୍ ସ୍ପେଶ୍ ଷ୍ଟେସନରେ ଲ୍ୟାଣ୍ଡିଂ କରିଥିଲା

୯୦ ମିନିଟ୍ ଧରି ମହାକାଶକୁ ଯାତ୍ରା । ଭର୍ଜିନ୍ ଗାଲାଟିକରେ ଥାଇ ମହାଶୂନ୍ୟରେ ଜିରୋ ଗ୍ରାଭିଟିର ମଜା ନେବା , ରିଚାର୍ଡ ବ୍ରାନସନଙ୍କ ପ୍ରାୟ ୫୦ ବର୍ଷର ସ୍ୱପ୍ନ ପୁରା କରିଦେଇଛି । ଗତ ୧୭ ବର୍ଷ ଧରି ଭର୍ଜିନ୍ ଗାଲାଟିକ୍ ଏହି ଅଭିଯାନ ପାଇଁ କାମ କରିଆସୁଥିଲା । ଏହାକୁ ସଫଳ କରି ମହାକାଶ ପର୍ଯ୍ୟଟନରେ ନୂଆ ଧାରା ସୃଷ୍ଟି କରିଛନ୍ତି ରିଚାର୍ଡ ବ୍ରାନସନ । ଆଗକୁ ବ୍ରାନସନଙ୍କ ଏହି ଯାତ୍ରା ଅନ୍ୟମାନଙ୍କ ମହାକାଶ ପର୍ଯ୍ୟଟନ ପାଇଁ ପ୍ରେରଣା ବନିବ । ବ୍ରାନସନଙ୍କ ଏପରି ସଫଳ ମହାକାଶ ପର୍ଯ୍ୟଟନ ପରେ ଏଲନ ମସ୍କ ମଧ୍ୟ ଟୁଇଟ୍ କରି ଶୁଭେଛା ଜଣାଇଛନ୍ତି । ସେହିପରି ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ୍ ମଧ୍ୟ ଶୁଭେଛା ଜଣାଇଛନ୍ତି ।