କନକ ବ୍ୟୁରୋ : ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ । ଆମ୍ବୁଲାନ୍ସ ସହ ୯୦ କିଲୋ ଗଞ୍ଜେଇ ଜବତ କଲା ପୁଲିସ । ଯାଜପୁର ଜିଲ୍ଲା ବଡଚଣାରେ ଏଭଳି ଘଟଣା ଦେଖିବାକୁ ମିଳିଛି । କାରବାରରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନେ ମଙ୍ଗୁଳିରୁ ଏକ ଆମ୍ବୁଲାନ୍ସରେ ଗଞ୍ଜେଇ ନେଇ କଲିକତା ଯାଉଥିବା ବେଳେ ବାଟରେ ପୁଲିସ ହାତରେ ଧରାପଡିଛନ୍ତି । ଯାଜପୁର ବଡ଼ଚଣା ନିକଟରେ ପୁଲିସକୁ ଦେଖି ଡିଭାଇଡରରେ ଗାଡି ଧକା କରିଥିଲେ । ପରେ ଉଭୟ ଯାଇ ଧାନ ବିଲରେ ଲୁଚିଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି । ଗରିଫ ଦୁଇ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲାର  ଯୋଗେଶ୍ୱର କାଳିଆ ଏବଂ ପଶ୍ଚିମବଙ୍ଗର ଦାନ୍ତୁନ ଅଂଚଳର ସଞ୍ଜୁ ପାତ୍ର ବୋଲି ପୁଲିସ ସୂଚନା ଦେଇଛି ।