ମୋଦି ସରକାରଙ୍କୁ ୯ବର୍ଷ, ରାଜ୍ୟ ବିଜେପି ମାସେବ୍ୟାପୀ କରିବ ମହା ଜନସମ୍ପର୍କ ଅଭିଯାନ

108

କନକ ବ୍ୟୁରୋ : ନରେନ୍ଦ୍ର ମୋଦୀଙ୍କ ସରକାର ଗଠନର ୯ ବର୍ଷ ପୂର୍ତ୍ତି ଆବାସରରେ ବିଜେପି ମାସେବ୍ୟାପୀ ମହା ଜନସମ୍ପର୍କ ଅଭିଯାନ କରିବ । ୩୧ ମେ’ ରୁ ୩୦ ଜୁନ ପର୍ଯ୍ୟନ୍ତ ହେବ ମହା ଜନସମ୍ପର୍କ ଅଭିଯାନ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଆହ୍ଵାନ କ୍ରମେ ମାସେବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହେବ । ମୋଦୀ ସରକାରଙ୍କର ୯ ବର୍ଷ ପୂର୍ତ୍ତି ଅବସରରେ ସଫଳତା ବାବଦରେ ଦେଶର କୋଣ ଅନୁକୋଣରେ ପହଞ୍ଚିବ ଦଳ ।

ଏହି କ୍ରମରେ ଓଡ଼ିଶାରେ ୧ କୋଟି ପରିବାରଙ୍କ ପାଖରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରହିଛି । ଓଡ଼ିଶାରେ ୩୭ ହାଜର ୬୦୬ ବୁଥ ପର୍ଯ୍ୟନ୍ତ ପହଞ୍ଚିବ ବିଜେପି । ୯ ବର୍ଷର ସଫଳତା ବିଷୟରେ ଲୋକଙ୍କୁ ଅବଗତ କରିବ ଦଳ । କାର୍ଯ୍ୟକର୍ତ୍ତାମାନେ ଲୋକଙ୍କୁ ଲିଫଲେଟ ଦେବେ ଏବଂ ଆଲୋଚନା କରିବେ । ରାଜ୍ୟରେ ପ୍ରାୟ ୫ ଲକ୍ଷ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟରେ ଲାଗିବେ । କେନ୍ଦ୍ରୀୟ ନେତୃତ୍ବଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ଏବଂ ବୁଥ ସ୍ତରର କାର୍ଯ୍ୟକର୍ତ୍ତାମାନେ ଲାଗିବେ ।

ମୋଦୀଙ୍କ ଶାସନ ସମୟର ନିରନ୍ତର ବିକାଶ କାର୍ଯ୍ୟ ବିଷୟରେ ଲୋକଙ୍କୁ ଅବଗତ କରିବେ କର୍ମକର୍ତ୍ତା । ରାଜସ୍ଥାନର ଅଜମେରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ସଂପର୍କ ଅଭିଯାନ ଆରମ୍ଭ କରିବେ । ସବୁ ବର୍ଗର ଲୋକଙ୍କ ପାଖକୁ ଯିବେ ବିଜେପି । କେନ୍ଦ୍ରର ଶୀର୍ଷ ନେତୃତ୍ୱ ଆସିବେ । ଦେଶରେ ୫୧ଟି ମହାସମାବେଶ ହେବ । ଏହି କ୍ରମରେ ଓଡ଼ିଶାରେ ୪ଟି ମହାସମାବେଶ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସିବେ ।

୨୩ ଜୁନରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟର ସବୁ ବୁଥରେ ସିଧା ଡିଜିଟାଲ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେବେ କାର୍ଯ୍ୟକର୍ତ୍ତା । ୫୪୩ ସଂସଦୀୟ କ୍ଷେତ୍ରରେ ୧୪୩ଟି କ୍ଲଷ୍ଟର ହୋଇଛି । ସବୁ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶାକୁ ଆସିବେ । କେନ୍ଦ୍ରମନ୍ତ୍ରୀମାନେ ୮ ଦିନ, ୮ ରାତି କ୍ଲଷ୍ଟରରେ ସମୟ ବିତାଇବେ । ୨୧ ଜୁନ ଯୋଗ ଦିବସରେ ୯ ବର୍ଷ ପୂର୍ତ୍ତି ପାଇଁ ପ୍ରଦର୍ଶନୀ ଆୟୋଜନ କରାଯିବ । www.9yearsofseva.bjp.org ୱେବସାଇଟରେ ସବୁ ଦେଖି ପାରିବେ । ଲୋକମାନେ ୯୦୯୦୯୦୨୦୨୪ ନମ୍ବରରେ ମିସ କଲ କରି ଜାଣିପାରିବେ । ଓଡ଼ିଆରେ ପ୍ରଚାର ପତ୍ର ସମସ୍ତଙ୍କୁ ଦିଆଯିବ । କୋରାପୁଟ ଓ ବ୍ରହ୍ମପୁର ଭଳି ଅଞ୍ଚଳରେ ତେଲୁଗୁ ଭାଷାରେ ମଧ୍ୟ ଲିଫଲେଟ ଦିଆଯିବ ।